ବ୍ରାଉନସୁଗାର ସହିତ ମୋଟର ସାଇକେଲ ଜବତ, ଜଣେ ଗିରଫ ।*
*ବ୍ରାଉନସୁଗାର ସହିତ ମୋଟର ସାଇକେଲ ଜବତ, ଜଣେ ଗିରଫ ।* ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଉପ-ଅଧିକ୍ଷକ ଶ୍ରୀମତୀ ସ୍ବପ୍ନାରାଣୀ ସାହୁ ଏବଂ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ରାମପୁର କେନାଲ ଛକ ନିକଟରେ ଚଢ଼ାଉ କରାଯାଇ ୧୧୦ ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ ବାଜାଜ ପଲସର ମୋଟର ସାଇକେଲ (ଓଡି-୨୨ୟୁ-୫୪୦୭) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଖଇରା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ଜଗବନ୍ଧୁ ଦାସ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାର ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ କେସ ନଂ:୦୯/୨୦୨୬-୨୭ ମୂଳେ ମାମଲା ରୁଜ୍ଜୁ କରାଯାଇଛି ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0