ମରଣାଯନ୍ତା ପାଲିଟିଛି ସୋର - ଜାମୁଝାଡି ଜାତୀୟ ରାଜପଥ,,

ମରଣାଯନ୍ତା ପାଲିଟିଛି ସୋର - ଜାମୁଝାଡି ଜାତୀୟ ରାଜପଥ ଡେଥ୍ ଜୋନ୍ ପାଲଟିଛି ଉତ୍ତରେଶ୍ଵର - ଜାମୁଝାଡି ୧୬ ନମ୍ବର ଜାତୀୟ ରାଜପଥ । ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ର ନଜିର୍ ରହି ଆସିଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ସମୟରେ ସୋର କଲେଜ ଛକ ନିକଟବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥ ର ସର୍ଭିସ ରୋଡ଼ କୁ ବାଇକ୍ ଖାଲି କରି ଫେରୁଥିବା କଣ୍ଟେନର ଖସି ପଡ଼ିଥିଲା। ସୂଚନାଯୋଗ୍ୟ ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ୟୁଏନ୍ କଲେଜ ଛକ ନିକଟସ୍ଥ ଦରବାର ହୋଟେଲ ନିକଟରେ କଲିକତା ରୁ ବାଇକ୍ ଅନଲୋଡ କରି ଚେନ୍ନାଇ ଅଭିମୁଖେ ଯାଉଥିବା ଟି ଏନ୍ ୦୧ଏ ଜେଡ୍ ୪୫୦୫ ନମ୍ବର ବିଶିଷ୍ଟ ଏକ କଣ୍ଟେନର ଯାଉଥିବା ବେଳେ ଡ୍ରାଇଭର ଙ୍କ ଆଖି ଲାଗିଯିବାରୁ କଲେଜ ଛକ ସର୍ଭିସ ରୋଡ଼ କୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଜଣଙ୍କ ସାମାନ୍ୟ ଆହାତ ହୋଇଥିବା ବେଳେ ରାସ୍ତା ଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଜାମ୍ ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲଂ ଟିମ୍ ସହ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଡ୍ରାଇଭର (ରାମ ପୂଜନ ମାଝି)ଙ୍କୁ ଉଦ୍ଧାର କରି ନିକଟସ୍ଥ ସୋର ଡାକ୍ତରଖାନାରେ ଭର୍ତ୍ତି କରିବା ସହ ରାସ୍ତାରୁ ଗାଡିକୁ ହଟାଇଥିଲେ। ଉଲ୍ଲେଖଯୋଗ୍ୟ ରାମ ପୂଜନ ଙ୍କ ବିହାର ରାଜ୍ୟରେ। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Apr 22, 2026 - 16:51
 0  11
ମରଣାଯନ୍ତା ପାଲିଟିଛି ସୋର - ଜାମୁଝାଡି ଜାତୀୟ ରାଜପଥ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0