ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ (MJKMCH), ଯାଜପୁର, କେନ୍ଦ୍ରୀୟ ପରୀକ୍ଷାଗାର ଉଦ୍ଘାଟିତ।

ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ (MJKMCH), ଯାଜପୁର, କେନ୍ଦ୍ରୀୟ ପରୀକ୍ଷାଗାର ଉଦ୍ଘାଟିତ। ********************** ଯାଜପୁର, ୩୦ ଜୁଲାଇ ୨୦୨୬:(ବିଦ୍ୟାଧର ଦାଶ :ଓମ ମିଡ଼ିଆ ) ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ (MJKMCH), ଯାଜପୁରର କେନ୍ଦ୍ରୀୟ ପରୀକ୍ଷାଗାର (Central Laboratory) କୁ ଆଜି ସକାଳ ୯.୩୦ ଘଟିକାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ଯାଜପୁର ଶ୍ରୀ ଅମ୍ବର କୁମାର କର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ଼ଃ ଜାମି ସାଗର ପୃଷ୍ଟି, ଅଧୀକ୍ଷକ, MJKMCH; ଡ଼ଃ ନଗେନ୍ଦ୍ର ନାଥ ମହାପାତ୍ର, ସିଡିଏମ୍ ଓ ପିଏଚଓ, ଯାଜପୁର, ଡ଼ଃ ମନୋଜ କୁମାର ସେନାପତି, ଡିଏମ୍ଓ-କମ୍-ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର, ଡ଼ଃ ସୁଜିତ କୁମାର ସ୍ୱାଇଁ, ପାଥୋଲୋଜି ବିଶେଷଜ୍ଞ, ପ୍ରଫେସର ରାକେଶ କୁମାର ପଣ୍ଡା, ବିଭାଗୀୟ ମୁଖ୍ୟ, ମାଇକ୍ରୋବାୟୋଲୋଜି, ପ୍ରଫେସର ପ୍ରଣତି ପ୍ରଧାନ, ବିଭାଗୀୟ ମୁଖ୍ୟ, ପାଥୋଲୋଜି; ପ୍ରଫେସର ପ୍ରଜ୍ଞାନ ପ୍ରିୟଦର୍ଶିନୀ ଦାସ, ବାୟୋକେମିଷ୍ଟ୍ରି ବିଭାଗ; ସମସ୍ତ କ୍ଲିନିକାଲ ବିଭାଗର ମୁଖ୍ୟ, ହସ୍ପିଟାଲ ମ୍ୟାନେଜର, ସେକ୍ସନ ଅଫିସର, ଆକାଉଣ୍ଟସ୍ ଅଫିସର, ଲାବୋରେଟୋରି ଟେକ୍ନିକାଲ ଅଫିସର, ଲାବୋରେଟୋରି ଟେକ୍ନିସିଆନ୍ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି କେନ୍ଦ୍ରୀୟ ପରୀକ୍ଷାଗାର ମାଧ୍ୟମରେ ରୋଗୀମାନଙ୍କୁ ଉନ୍ନତମାନର ରୋଗ ନିର୍ଣ୍ଣୟ ସେବା ଏକ ସ୍ଥାନରେ ଉପଲବ୍ଧ ହେବ, ଯାହା ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବ। ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି କେନ୍ଦ୍ରୀୟ ପରୀକ୍ଷାଗାରରେ ରୋଗୀମାନଙ୍କ ପାଇଁ ସମସ୍ତ ଦିବସରେ ସେବା ଉପଲବ୍ଧ ରହିବ। ନମୁନା ସଂଗ୍ରହ ସମୟ ସକାଳ ୮.୩୦ ଘଟିକାରୁ ଦିନ ୧.୦୦ ଘଟିକା ପର୍ଯ୍ୟନ୍ତ ଏବଂ ପରୀକ୍ଷା ରିପୋର୍ଟ ବିତରଣ ସମୟ ଅପରାହ୍ନ ୩.୦୦ ଘଟିକାରୁ ୪.୦୦ ଘଟିକା ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ଏହି କେନ୍ଦ୍ରୀୟ ପରୀକ୍ଷାଗାରର ଶୁଭାରମ୍ଭ MJKMCH, ଯାଜପୁରର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହିତ ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ଓ ସମୟୋପଯୋଗୀ ରୋଗ ନିର୍ଣ୍ଣୟ ସେବା ପ୍ରଦାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Jul 30, 2026 - 21:48
 0  4
ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ (MJKMCH), ଯାଜପୁର, କେନ୍ଦ୍ରୀୟ ପରୀକ୍ଷାଗାର ଉଦ୍ଘାଟିତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0