ମହିମା ପୀଠରେ ନୂଆଖାଇପର୍ବ ପାଳନ,
ମହିମା ପୀଠରେ ନୂଆଖାଇପର୍ବ ପାଳନ,
କାମାକ୍ଷାନଗର
୧୫.୦୯.- ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗରମହିମା ପୀଠରେ ଗଣପର୍ବ ନୂଆଖାଇକୁ ଧର୍ମୀୟ ଭାବନା ଓ ଭକ୍ତିର ଚେତନା ସହ ନବାନ୍ନ ଖାଇ ପାଳିଛନ୍ତି ସାଧୁସନ୍ଥ ଓ ମହିମାଧର୍ମାଲମ୍ବୀ । ଓଡିଶାର ପରମ୍ପରା ଓମହିମା ଧର୍ମର ପାଞ୍ଚ ଧାମ ମଧ୍ୟରୁ କାମାକ୍ଷାନଗର ମଢିସାହିରେ ଥିବା ମହିମା ପୀଠ ଅନ୍ୟତମ। ଯେଉଁଠି ମହିମା ଧର୍ମାବଲମ୍ବୀ ମାନେ ବେଶ ଆନନ୍ଦ ଓ ଉଦ୍ଦୀପନା ସହ ନୂଆଖାଇକୁ ପାଳିଛନ୍ତି।
କାମାକ୍ଷାନଗରମହିମା ପ୍ରଥମେ ଆରମ୍ଭ ହୋଇଥିଲା ମଢି ସାହିର ମହିମା ପୀଠ। ପରବର୍ତି ସମୟରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ଅଦ୍ୟାବଧି ପ୍ରଭୁ ଅଲେଖ ମହିମାଙ୍କ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା ଜାରି ରହିଛି। ପୀଠର ଅନ୍ୟତମ ବଡପର୍ବ ହେଉଛି ନୂଆଖାଇ ପର୍ବ।ଚାଷିର ପ୍ରଥମ ଶଷ୍ୟରୁ ନବାନ୍ନ ପ୍ରସ୍ତୁତ କରାଯାଇ ଜାତି ଓ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ। ଯାହା ଆବାହାନ କାଳରୁ ପବିତ୍ର ଗଣପର୍ବ ନୂଆଖାଇକୁ ଏହି ପୀଠରେ ପାଳନ କରାଯାଉଅଛି । ବ୍ରମ୍ମମୁହୁର୍ତରୁ ପ୍ରଭୁ ଅଲେଖ ସ୍ୱାମୀଙ୍କର ପୂଜାର୍ଚ୍ଚନା କରାଯାଇ ଖଞ୍ଜଣିର ତାଳେ ତାଳେ ଭିମୋଭୋଇଙ୍କ ବଜନ ଗାନ କରାଯାଏ। ଏବଂ ବର୍ଷର ପ୍ରଥମ ନୂଆ ଶସ୍ୟରୁ ଚୂଡ଼ା ପ୍ରସ୍ତୁତ କରାଯାଇ ଷଡରଷରେ,ବିଭିନ୍ନ ଫଳ ମିଶାଇ ନବାନ୍ନ ପ୍ରସ୍ତୁତ ହୋଇଥାଏ। ଏହି ସ୍ୱାଦିଷ୍ଟ ନବାନ୍ନ ସତେ ଆତ୍ମସନ୍ତୋଷ ପ୍ରଦାନ କରିଥାଏ।ପଶ୍ଚିମ ଓଡ଼ିଶାର ବଡ଼ ଗଣପର୍ବ ନୂଆଖାଇକୁ ନେଇ ଓଡ଼ିଶାର ସ୍ୱତନ୍ତ୍ରତା ରହିଛି। ତେବେ ମହିମାଧର୍ମାଲମ୍ବୀ ମାନେ ମଧ୍ୟ ବଡ ଧୁମଧାମରେ ପାଳନ କରନ୍ତି ଏହି କୃଷିଭିତିକ ପର୍ବକୁ। ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ସ୍ଥିତ ମହିମା ଧର୍ମର ଉତ୍ପତିସ୍ଥଳ ଯୋରନ୍ଦା ଗାଦିରେ ପ୍ରଥମେ ନୂଆଖାଇକୁ ପାଳନ କରାଯାଏ। ଏବଂ ପରେ ମଢି ସାହିରେ ମହିମା ଆଶ୍ରମରେ ଆରମ୍ଭ ହୋଇଥାଏ ନୂଆଖାଇ ନବାନ୍ନ ଭୋଗ। ଆଖପାଖ ଅଞ୍ଚଳରୁ ମହିମା ଧର୍ମର ସାଧୁସନ୍ଥଙ୍କ ସମେତ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ସମାଗମ ଦେଖିବାକୁ ମିଳିଥାଏ। ପ୍ରତ୍ୟକ ବର୍ଷ କଟକ ଜିଲ୍ଲା ଆଠଗଡ ଅଞ୍ଚଳରୁ ନୂଆଧାନ ଆଣି ସେଥିରେ ଚୁଡା ପ୍ରସ୍ତୁତି କରାଯାଏ। ପ୍ରଭୁଙ୍କ ନୀତିକ୍ରାନ୍ତିରେ ପୂଜାର୍ଚ୍ଚନା ପରେ ଏକ ମାଟିହାଣ୍ଡିରେ ଅମୁଣିଆ ପ୍ରସ୍ତୁତି କରି ଶୁନ୍ୟବ୍ରମ୍ମଙ୍କୁ ଅର୍ପଣ କରାଯାଇଥାଏ। ଏବଂ ପରେ ନବାନ୍ନ ପ୍ରସ୍ତୁତ ହୋଇଥାଏ। ସାଧୁ ମାନେ ଏହି ପରମ୍ପରା ଆଜକୁ ପ୍ରାୟ ୧୫୦ ବର୍ଷ ଧରି ନିରବିଛିନ୍ନ ଭାବେ ଚାଲି ରହିଛିବୋଲି କୁହନ୍ତି । ଭାଇଚାରାର ଏହି ଗଣପର୍ବ ଶାନ୍ତି, ମୈତ୍ରୀ, ପ୍ରଗତିର ଶାନ୍ତି ବହନ କରିଥାଏ।ସାଧୁ ମାନଙ୍କର ଏକାଗ୍ରତା, ନିଷ୍ଠା, ଭକ୍ତି, ମହିମା ପ୍ରେମକୁ ଉଜ୍ଜୀବିତ କରି ରଖିଛିଏହି ମହିମା ପୀଠ ।କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0