ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ତହସିଲଦାର ରବି ନାରାୟଣ ପାଢିଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ।

ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ତହସିଲଦାର ରବି ନାରାୟଣ ପାଢିଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ସେହି ଯାଜପୁର ଅଞ୍ଚଳର ଯୁବକ ରାମଚନ୍ଦ୍ର ରାଉତ। ତହସିଲଦାର ରବିନାରାୟଣ ପାଢି ପଟାରୁ ନାମ କାଟିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଯାଜପୁର ବାଣପୁର ଗ୍ରାମର ଯୁବକ ରାମଚନ୍ଦ୍ର ରାଉତ। ଗଣମାଧ୍ୟମ ସାମ୍ନାରେ ମିଛ ନାଟକ କରୁଛନ୍ତି ତହସିଲଦାର ରବି ନାରାୟଣ ପାଢି। ନ୍ୟାୟ ନ ମିଳିଲେ ତହସିଲଦାରଙ୍କ ଅଫିସ ଆଗରେ ଆତ୍ମାହୁତି ଦେବାକୁ କହିଛନ୍ତି ଯୁବକ। ହଁ ଆଜ୍ଞା ଆମେ ଦେଖାଉଥିବା ଦୃଶ୍ୟ ଟି ହେଉଛି ଯାଜପୁର ଜିଲ୍ଲା ଯାଜପୁର ତହସିଲଦାରଙ୍କ ନାମରେ ଆସିଥିବା ସଙ୍ଗିନ ଅଭିଯୋଗର କଥା ।ଯାଜପୁର ତହସିଲ ଅଞ୍ଚଳର ବାଣପୁର ଗ୍ରାମର ଯୁବକ ରାମଚନ୍ଦ୍ର ରାଉତ ପିତା- ଶ୍ୟାମସୁନ୍ଦର ରାଉତ ଙ୍କ ଜମି ତଥା ଗ୍ୟାସ ପାଇପ୍ ଲାଇନ୍ ଯାଇଥିବା ଜମିର ମୁଲ୍ୟ ୪କୋଟି ହୋଇଥିବା ବେଳେ ଦୁଇ ଭାଗରେ ଭାଗ ବୋଲି କହିଥିଲେ ରାମଚନ୍ଦ୍ର ରାଉତ।କାହିଁକି ଦୁଇ ଭାଗ ହେବ ଏପରି ପ୍ରଲୋଚନ କରି ତହସିଲଦାର ଓ ତହସିଲ ରେ କାର୍ଯ୍ୟରତ ବଳ ବାବୁ ଟଙ୍କା ନେଇ ଘରବାଡି ପଟାରୁ ରାମଚନ୍ଦ୍ର ରାଉତଙ୍କ ପିତା ଶ୍ୟାମସୁନ୍ଦର ରାଉତଙ୍କ ନାମ କାଟି ଦେଇଥିବାର ଦେଖିବାକୁ ମିଳିଛି , ଗୋଟେ ପଟେ ସରକାର ରାଜସ୍ୟ ଧନକୁ ସୁରକ୍ଷିତ ରଖିବା ପାଇଁ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ତହସିଲଦାର ଆହତ ହୋଇଥିବା ବେଳେ ଅନ୍ୟପଟେ ଯାଜପୁର ତହସିଲଦାର ଗରିବ ଅସହାୟ ଲୋକଙ୍କ ପଟାରୁ ନାମ କାଟି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ବିଷୟରେ ଯାଜପୁର ତହସିଲଦାରଙ୍କ ସହିତ ଆଲୋଚନା କରିବାରୁ କଣ ପ୍ରତିକ୍ରିୟା ରଖିଛନ୍ତି ଟିକେ ଶୁଣି ରଖନ୍ତୁ।ଜିଲ୍ଲାପାଳଙ୍କ ନିଦ ଭାଙ୍ଗିବ କେବେ ଆଉ କେବେ ହେବ ଯାଜପୁର ଜିଲ୍ଲା ଦୃନିତି ମୁକ୍ତ ତାହା ଦେଖିବାକୁ ବାକି ରହିଲା । ହେମନ୍ତ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

Apr 25, 2026 - 17:02
 0  16
ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ତହସିଲଦାର ରବି ନାରାୟଣ ପାଢିଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0