ଯାଜପୁରରେ ସଂଗ୍ରାମ ସେନା ପକ୍ଷରୁ ବିଜୟ ଉତ୍ସବ,,
ଯାଜପୁରରେ ସଂଗ୍ରାମ ସେନା ପକ୍ଷରୁ ବିଜୟ ଉତ୍ସବ ଆଙ୍କର ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଉଲ୍ଲେଖନୀୟ ସଫଳତା ପରେ ଯାଜପୁର ସହରରେ ଦେଖିବାକୁ ମିଳିଛି ଏକ ଭବ୍ୟ ବିଜୟ ଉତ୍ସବ। ଯୁବ ବିଜେପି ନେତା ସଂଗ୍ରାମ କେଶରୀ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବିଜୟ ଉତ୍ସବରେ ବିଶାଳ ବାଇକ୍ ଶୋଭାଯାତ୍ରା ସହରର ରାଜନୈତିକ ପରିବେଶକୁ ସରଗରମ କରିଦେଇଛି। ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ଏହି ବିଶାଳ ରାଲି ହଜାର ହଜାର ସଂଖ୍ୟକ ଯୁବକ ଓ ମହିଳା ମାନେ ଯୋଗ ଦେଇ ସହର ପରିକ୍ରମା କରିଥିଲେ। ପରେ କୁସୁମାସ୍ଥିତ ପ୍ରଶାସନିକ ପଡ଼ିଆରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ ହୋଇଥିଲା। ଯୁବ ନେତା ସଂଗ୍ରାମକେଶରୀ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ଉପସଭାପତି ସୁଶାନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅବିନାଶ ନାୟକଙ୍କ ସହ ବହୁ ଜିଲ୍ଲା ଓ ସହର ନେତୃତ୍ୱ ଯୋଗ ଦେଇ ବିଜୟ ଉତ୍ସବ ପାଳନ କରିଥିଲେ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଶକ୍ତିଶାଳୀ ପ୍ରଦର୍ଶନ କରିବ ବୋଲି ଅତିଥି ମାନେ ଦୃଢ଼ ଆଶା ବ୍ୟକ୍ତ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0