ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ସାମ୍ବାଦିକ ସମ୍ମିଳନୀ।,
ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ସାମ୍ବାଦିକ ସମ୍ମିଳନୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ପୁରୁଷୋତ୍ତମପୁର ପଞ୍ଚାୟତର ଉଆସ ଗାଁରେ ପ୍ରେମ ଘଟଣାକୁ କେନ୍ଦ୍ର କରି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ସିମୁଳିଆ ପୋଲିସ୍ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ୍ ସୂଚନା ଅନୁଯାୟୀ, ଯୁବକ ଓ ଗାଁର ଏକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ଯୁବତୀଙ୍କ ବାପା ଏବଂ ତାଙ୍କ ପିୟୁସୀ ପୁଅ ଭାଇ ମିଶି ଯୁବକଙ୍କୁ ବାନ୍ଧି ନିର୍ଦୟ ଭାବେ ପିଟିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ୍ ଘଟଣାସ୍ଥଳରୁ ଯୁବକଙ୍କୁ ବାନ୍ଧିବା ପାଇଁ ବ୍ୟବହୃତ ରଶି ଏବଂ ଏକ ବାଉଁଶ ବାଡ଼ି ଜବତ କରିଛି। ଏନେଇ ବାଲେଶ୍ୱର ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଘଟଣାରେ ଜଡିତ ୨ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି। ପୋଲିସ୍ ଏହି ଘଟଣାର ସମସ୍ତ ଦିଗରୁ ତଦନ୍ତ କରୁଥିବା ବେଳେ, ଅଞ୍ଚଳରେ ଏହା ନେଇ ଭୟ ଓ ଉତ୍କଣ୍ଠାର ପରିସ୍ଥିତି ଦେଖାଦେଇଛି ସିମୁଳିଆ ରୁ ସମିର ସାହୁ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0