ରସୁଲପୁରରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ,
ରସୁଲପୁରରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ
*********************
ଯାଜପୁର, ତା ୦୩.୦୯.୨୦୨୬ ରିଖ(ବିଦ୍ୟାଧର ଦାସ:ଓମ ମିଡ଼ିଆ )
ଯାଜପୁର ଜିଲ୍ଲା ରସୁଲପୁର ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସହାୟତାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।
ଏହି ଶିବିରରେ ମୋଟ ୩୧୫ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ମୂଲ୍ୟାଙ୍କନ ଓ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୬୫ ଜଣ ଶାରୀରିକ ଭିନ୍ନକ୍ଷମ (OH), ୪୨ ଜଣ ଦୃଷ୍ଟିହୀନ (VI), ୪୨ ଜଣ ଶ୍ରବଣବାଧିତ (HI), ୪୫ ଜଣ ମାନସିକ ଅଗ୍ରସର/ସିପି (MR/CP) ଏବଂ ୨୧ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ଶିବିରରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତୁରନ୍ତ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ୭ଟି ଶ୍ରବଣ ଯନ୍ତ୍ର (Hearing Aid), ୨ଟି ଟ୍ରାଇ-ସାଇକେଲ୍ (Tricycle), ୧ଟି ହୁଇଲ୍ ଚେୟାର୍ (Wheelchair) ଏବଂ ୧୨ ଜଣଙ୍କୁ UDID ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, କୋରେଇଙ୍କ ପ୍ରତିନିଧି ଶ୍ରୀ ପ୍ରହଲ୍ଲାଦ ପଣ୍ଡା, ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଶ୍ରୀ ତୀର୍ଥରାଜ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରସୁଲପୁର ଶ୍ରୀ ସତ୍ୟାନନ୍ଦ ଦାସ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0