ରାସ୍ତା ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ମର୍ତ୍ୟୁ କୁ ନେଈ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି,,

ରାସ୍ତା ଦୃଘଟଣା ରେ ସ୍ୱାମୀ ଓ ସ୍ତ୍ରୀ ମୃତ୍ୟୁ କୁ ନେଈ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଯାଜପୁର /୦୬/୦୪/ଉତ୍ତମ କୁମାର ଦାସ :ଓମ ମିଡ଼ିଆ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଅଧୀନ ବିଜିପୁର ଠାରୁ ସିଂହପୁର ରାସ୍ତା ଏବେ ପାଲଟିଛି ମରଣଯନ୍ତା, ରାସ୍ତାର ଗାତ ସାଙ୍ଗକୁ ଜମିରହିଛି ବାଲି, ଡଷ୍ଟ, ଯାହାକି ଦୁର୍ଘଟଣାର ବଡ କାରଣ ସାଜିଛି, ବିଶେଷ କରି କପାସି, ଚାଉଁତରା,ମାଇନ୍ଦା, ସୟଦପୁର, ବିଞ୍ଝାରପୁର, ମାଂସଡା ଆଦି ରାସ୍ତାରେ ବଢ଼ୁଛୁ ପ୍ରତ୍ୟକ ଦିନ ଦୃଘଟଣା, ଆଉ ଅକାଳରେ ଯାଉଛି ମୂଲ୍ୟବାନ ଜୀବନ, କିଛିଦିନ ତଳେ କଏଣା ରଘୁନାଥପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରଶାନ୍ତ ବର୍ମା ଓ ତାଙ୍କ ସ୍ତ୍ରୀ ଅର୍ନପୂର୍ଣ୍ଣା ବର୍ମା ସ୍କୁଟି ଯୋଗେ ଯାଜପୁର ଯିବା ବେଳେ ଚାଉଁତରା ଓ କପାସି ମଝିରେ ଥିବା ଗାତକୁ ବ୍ରେକ ମାରୀ ସାଇଡ ହୋଇ ଯିବା ବେଳେ ପଛରୁ ଦୃତ ଗତିରେ ଗ୍ଲାମର ବାଇକରେ ଆସୁଥିବା ଜଣେ ଯୁବକ ଧକ୍କା ଦେଇଥିଲା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ତଳେ ପଡିଯାଇଥିଲେ ଗ୍ଲାମର ଗାଡିଟି ପ୍ରଶାନ୍ତ ଙ୍କ ଛାତି ଉପରେ ଚଢି ପଳାଇ ଥିଲା, ଆଉ ତାଙ୍କ ସ୍ତ୍ରୀ ଅର୍ନପୂର୍ଣ୍ଣା ଛିଟିକି ପଡ଼ି ମୁଣ୍ଡ ପଛପଟୁ ମାଡ଼ ହୋଇଥିଲା, ଉଭୟ ଙ୍କୁ ଯାଜପୁର ମୁଖ୍ୟ ଚିକ୍ସିଛାଲୟ ନେଇଥିଲେ ସେଠୁ ତୁରନ୍ତ ତାଙ୍କୁ କଟକ SCB ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ଦିନ ସନ୍ଧ୍ୟାରେ କଟକ (SCB) ମୁଖ୍ୟ ଚିକିତ୍ସାଳୟରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ତ୍ରୀ ଅର୍ନପୂର୍ଣ୍ଣାଙ୍କ ଅବସ୍ଥା ଅଧିକ ଗୁରୁତର ରହିଥିଲା। ସ୍ୱାମୀଙ୍କ ସପ୍ତମ ଦିନରେ ସ୍ତ୍ରୀ ଅର୍ନପୂର୍ଣ୍ଣାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ଯାହାକି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପରିବାରର ଏକ ମାତ୍ର ଝିଅ ଯାହାକୁ ବିବାହ ସାରି ଦେଇଥିଲେ ସ୍ୱାମୀ ପ୍ରଶାନ୍ତ ରାଜମିସ୍ତ୍ରୀ କାମ କରୁଥିବାବେଳେ ସ୍ତ୍ରୀ ଅର୍ନପୂର୍ଣ୍ଣା ମିଶନ ଶକ୍ତିର ପଞ୍ଚାୟତ ସଭାନେତ୍ରୀ ସହ ବିଯୁଜନତା ଦଳର ଆଗଧାଡ଼ିର ନେତ୍ରୀ ମଧ୍ୟ ଥିଲେ। ପଞ୍ଚାୟତ ବାସୀ ଓ ବିଯୁଜନତା ଦଳର ଆଗଧାଡ଼ିର ନେତା ନେତ୍ରୀ ମାନେ ଉପସ୍ଥିତ ରହି ଶୋକ ଜଣାଇ ଅମରଆତ୍ମାର ସଦଗତି କାମନା ସହ ଦୁଃଖଦ ସମୟରେ ପରିବାରକୁ ଧର୍ଯ୍ୟ ଦେବା ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରିଥିଲେ।

Apr 5, 2026 - 23:13
 0  30
ରାସ୍ତା ଦୁର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ମର୍ତ୍ୟୁ କୁ ନେଈ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0