ରୁଙ୍ଗଟା ପ୍ଲାଣ୍ଟରେ ଲେଡଲ୍ ଫାଟି ବଡ଼ ଦୁର୍ଘଟଣା,

ରୁଙ୍ଗଟା ପ୍ଲାଣ୍ଟରେ ଲେଡଲ୍ ଫାଟି ବଡ଼ ଦୁର୍ଘଟଣା ମୃତ୍ୟୁ ସନ୍ଦେହକୁ ନେଇ ଚର୍ଚ୍ଚା, ଘଟଣା ଚାପିଦେବାକୁ ଉଦ୍ୟମ ଅଭିଯୋଗ କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଧୀନ କମଣ୍ଡ ଗ୍ରାମରେ ଥିବା ରୁଙ୍ଗଟା ପ୍ଲାଣ୍ଟରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ପ୍ଲାଣ୍ଟରେ କାର୍ଯ୍ୟରତ ଏକ ଲେଡଲ୍ ହଠାତ୍ ଫାଟିଯିବାରୁ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସୂଚନା ଅନୁଯାୟୀ, ଲେଡଲ୍‌ର ଚାରିପାଖରେ ପ୍ରାୟ ୨୦୦ରୁ ୨୫୦ ଜଣ ଶ୍ରମିକ କାମ କରୁଥିଲେ। ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଲେଡଲ୍ ଫାଟିଯିବାରୁ ଶ୍ରମିକମାନେ ଭୟଭୀତ ହୋଇ ଛିଟିକି ପଡ଼ିଥିବା ଜଣାପଡ଼ିଛି। ଘଟଣାରେ କେତେଜଣ ଆହତ ହୋଇଛନ୍ତି ଏବଂ କାହାର ମୃତ୍ୟୁ ଘଟିଛି କି ନାହିଁ,ତାହା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଓ ସରକାରୀ ସୂଚନା ମିଳିନାହିଁ। ତେବେ ଜଣେ କିମ୍ବା ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ଓ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ, ଏହି ଦୁର୍ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ନଆସିବା ପାଇଁ ପ୍ଲାଣ୍ଟ କର୍ତ୍ତୃପକ୍ଷ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଯଦି ଏହି ଅଭିଯୋଗ ସତ୍ୟ ହୁଏ, ତେବେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତରେ କ’ଣ ଘଟିଥିଲା, କେତେଜଣ ଆହତ ହୋଇଛନ୍ତି, କାହାର ମୃତ୍ୟୁ ଘଟିଛି କି ନାହିଁ ଏବଂ ପ୍ଲାଣ୍ଟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ,ତାହାର ସତ୍ୟ ସାମ୍ନାକୁ ଆଣିବା ଜରୁରୀ। ଏଥିସହ ଘଟଣା ଚାପିଦେବା ଅଭିଯୋଗର ମଧ୍ୟ ତଦନ୍ତ ଦାବି ହେଉଛି।

Sep 13, 2026 - 21:41
 0  8
ରୁଙ୍ଗଟା ପ୍ଲାଣ୍ଟରେ ଲେଡଲ୍ ଫାଟି ବଡ଼ ଦୁର୍ଘଟଣା,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0