ଲଗାଣ ବର୍ଷାକୁ ଖାତିର ନକରି ‘ଅର୍ଫାନ୍ ରେଜିଷ୍ଟ୍ରେସନ୍’ ଜାରି, ଅନାଥ ଶିଶୁଙ୍କ ପାଇଁ ଆର୍ଥିକ ସହାୟତା ଆଶାରେ ଅଭିଭାବକଙ୍କ ଭିଡ଼,,
ଲଗାଣ ବର୍ଷାକୁ ଖାତିର ନକରି ‘ଅର୍ଫାନ୍ ରେଜିଷ୍ଟ୍ରେସନ୍’ ଜାରି, ଅନାଥ ଶିଶୁଙ୍କ ପାଇଁ ଆର୍ଥିକ ସହାୟତା ଆଶାରେ ଅଭିଭାବକଙ୍କ ଭିଡ଼ ରିପୋର୍ଟ: ଉଦୟନାଥ ଜେନାଙ୍କ ସହ ରାଜୁ ଜେନା, ବିଂଝାରପୁର,omm media ବିଂଝାରପୁର (ଯାଜପୁର): ଲଗାଣ ବର୍ଷା ସତ୍ତ୍ୱେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପରିସରରେ ଅନାଥ ଶିଶୁମାନଙ୍କ ପାଇଁ ‘ଅର୍ଫାନ୍ ରେଜିଷ୍ଟ୍ରେସନ୍’ କାର୍ଯ୍ୟକ୍ରମ ଜାରି ରହିଛି। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଂଝାରପୁର ସିଡିପିଓ ଓ ଅଙ୍ଗନୱାଡ଼ି କର୍ମୀମାନେ ମିଶି ପଞ୍ଜିକରଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ପଞ୍ଜିକରଣ ମାଧ୍ୟମରେ ଅନାଥ ଶିଶୁମାନେ ସରକାରୀ ଆର୍ଥିକ ସହାୟତା ପାଇବାର ସୁଯୋଗ ପାଇବେ ବୋଲି ଅଭିଭାବକମାନଙ୍କ ମଧ୍ୟରେ ଆଶା ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ତେବେ ଲଗାଣ ବର୍ଷା ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ମା' ଓ ଅଭିଭାବକମାନେ ବର୍ଷାରେ ଭିଜିଭିଜି ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ପଞ୍ଜିକରଣ ସମ୍ପନ୍ନ କରିଥିଲେ। ପଞ୍ଜିକରଣ ପରେ ସେମାନେ ବିକଳ ଅବସ୍ଥାରେ ନିଜ ଘରକୁ ଫେରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଶିଶୁମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଅଭିଭାବକମାନଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0