ସଙ୍ଗୀତ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ ପାଳିତ,,

ସଙ୍ଗୀତ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ ପାଳିତ କାମାକ୍ଷାନଗର - ସାରଙ୍ଗ ଧର ଅଡିଟୋରିଅମ ରେ କାମାକ୍ଷା ନଗର୍ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରଘୁ ନାଥ ଜିଉ ସଙ୍ଗୀତ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି, ବିଦ୍ୟାଳୟ ର ଅଧ୍ୟକ୍ଷ ଗୋବର୍ଦ୍ଧନ ବାରିକ, ସମ୍ପାଦକ ହିମାଂଶୁ ଶେଖର ମହାପାତ୍ର ଙ୍କୁ ନେଇ ସନ୍ତୋଷ କୁମାର୍ ଦାସ ଙ୍କ ପରିଚାଳନା ରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଏନ୍ ଏ ସି ର ନଗରପାଳ ଧର୍ମାନନ୍ଦ ପରିଡା,ମୁଖ୍ୟ ବକ୍ତା ମେଜର ପ୍ରଭାତ କୁମାର୍ ଦାସ, ସମ୍ମାନିତ ଅତିଥି ଭାବେ ସହ ଜିଲ୍ଲାପାଳ ଦୀପକ କୁମାର୍ ମିଶ୍ର, ରାମ ଗୋବିନ୍ଦ ଆଚାର୍ଯ୍ୟ ମଞ୍ଚାସୀନ ଅତିଥି ଭବେ ଯୋଗଦାନ କରିଥିଲେ, ସଭ୍ୟ ଶକ୍ତି ସଂଗ୍ରାମ ହୋତା ଙ୍କ ସହଯୋଗରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଲଘୁ ସଙ୍ଗୀତ ହିନ୍ଦୁସ୍ତାନୀ,ଶାସ୍ତ୍ରୀୟ, ଓଡ଼ିଶୀ ନୃତ୍ୟ ,ଏକକ ତବଲା ବାଦନ, ଆଧୁନିକ ନୃତ୍ୟ ଓ ଦଳଗତ ନୃତ୍ୟ ପରିବେଷଣ ହୋଇଥିଲା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ ହୋଇଥିଲା, କାର୍ଯ୍ୟକ୍ରମ କୁ ସଭ୍ୟ ମନୋଜ କୁମାର ରାଉଳ ସଂଯୋଜନା କରିଥିଲେ, କାମାକ୍ଷାନଗର ରେ ଏହି ଅନୁଷ୍ଠାନ କୁ ନଗରପାଳ ତାଙ୍କ ସହଯୋଗ ରେ ବିଦ୍ୟାଳୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ଅଭିଭାବକ ଗହଣରେ ମତ ରଖିଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ । କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,

May 4, 2026 - 22:23
 0  4
ସଙ୍ଗୀତ ବିଦ୍ୟାଳୟ ର ୩୪  ତମ ବାର୍ଷିକ ଉତ୍ସବ ପାଳିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0