ହିନ୍ଦୋଳ ବିଜୁଜନତାଦଳ ପକ୍ଷରୁ ପଂଚାୟତ ନିର୍ବାଚନ ଉପଲକ୍ଷେ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ।
ହିନ୍ଦୋଳ ବିଜୁଜନତାଦଳ ପକ୍ଷରୁ ପଂଚାୟତ ନିର୍ବାଚନ ଉପଲକ୍ଷେ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ।
ତା୧୮/୦୭/୨୦୨୬, ଶନିବାର।
ହିନ୍ଦୋଳ,ଢେଙ୍କାନାଳ
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ପଂଚାୟତ ନିର୍ବାଚନ ପରିପେକ୍ଷୀରେ ହିନ୍ଦୋଳ ବିଧାୟକ ପାର୍ଥି ପୂର୍ବତନ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ୱରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସାତମାଇଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନ କିପରି ସୁଦୃଢ ହେବ ଗୁରୁମନ୍ତ୍ର ଦେଇ କାର୍ଯ୍ୟକର୍ତା ଓ କର୍ମୀମାନଙ୍କ ମନୋବଳ ବଢ଼ାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ମମତା ସାହୁ,ରାଜ୍ୟ ଯୁବବିଜେଡି ସମ୍ପାଦକ ତପନ ପରିଡା,ଓଡାପଡା ବ୍ଲକ ସଭାପତି ଜଟି ନାୟକ,ହିନ୍ଦୋଳ ଏନଏସି ସଭାପତି ପ୍ରଦ୍ୟୁମ୍ନ ବେହେରା,ହିନ୍ଦୋଳ ବ୍ଲକ ମହିଳା ସଭାପତି ଯୋଗମାୟା ଗଡ଼ନାୟକ,ଜିଲ୍ଲାପରିଷଦ ସଭ୍ୟା ମମତାଞ୍ଜଳି ବେହେରା,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ ଓ ହାପି ଗଡ଼ନାୟକ,ବରିଷ୍ଠ ବିଜେଡି ନେତା ସମିତିସଭ୍ୟ ହେମନ୍ତ ସାହୁ,ପ୍ରମୋଦ ନାୟକ,ଛାତ୍ରନେତା ପ୍ରକାଶ ନାୟକ ପ୍ରମୁଖଙ୍କ ସହ ସମସ୍ତ ପଂଚାୟତରୁ ବହୁ ବରିଷ୍ଠ ବିଜେଡି କାର୍ଯ୍ୟକର୍ତା ଓ କର୍ମୀ ଯୋଗଦେଇଥିବାବେଳେ ବିଜେଡି ର ଏହି ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା ବୋଲି ନିର୍ବାଚନମଣ୍ଡଳୀ ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0