ହିନ୍ଦୋଳ ରେ ପୁଣି ହାତୀ ମୃତ୍ୟୁ।ଇଶ୍ବରାପାଳ କାଜୁ ଜଙ୍ଗଲ ରେ ମରିପଡିଛି ହାତୀ।

ହିନ୍ଦୋଳ ରେ ପୁଣି ହାତୀ ମୃତ୍ୟୁ।ଇଶ୍ବରାପାଳ କାଜୁ ଜଙ୍ଗଲ ରେ ମରିପଡିଛି ହାତୀ। ତା୧୬/୦୮/୨୦୨୬, ରବିବାର। ଇଶ୍ବରାପାଳ,ହିନ୍ଦୋଳ,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଵନାଞ୍ଚଳ ଦଣ୍ଡରି ସେକ୍ସନ ଇଶ୍ବରାପାଳ ନିକଟସ୍ଥ ପ୍ରାୟ ଦେଢ଼ କିମି ଦୂରରେ କାଜୁ ଜଙ୍ଗଲ ରେ ଏକ ହାତୀ ମରି ପଡିଥିବାର ମିଳିଛି ସୂଚନା।ବନବିଭାଗ ପହଞ୍ଚି କରୁଛି ତଦନ୍ତ।ହାତୀ ଦେଖିବାକୁ ସାଧାରଣ ଜନତା ଙ୍କ ଲାଗିଛି ଭିଡ।ଦୁଇ ମାସ ଭିତରେ ହିନ୍ଦୋଳ ରେ ଏହା ତୃତୀୟ ହାତୀ ମୃତ୍ୟୁ ଘଟଣା। ତେବେ କେଉଁ କାରଣ ରୁ ହାତୀର ମୃତ୍ୟୁ ଘଟିଛି ତାହା ଆସନ୍ତା କାଲି ପୋଷ୍ଟ ମର୍ଟମ ପରେ ସ୍ପଷ୍ଟ ହେବ ବୋଲି କହିଛି ବନ ବିଭାଗ। ତେବେ ପ୍ରାଥମିକ ତଦନ୍ତରୁ ଶୀକାର ପାଇଁ ବିଛା ଯାଇଥିଵା ବିଦ୍ୟୂତ ତାର ସଂସ୍ପର୍ଶରେ ରେ ଆସି ହାତୀ ର ମୃତ୍ୟୁ ହୋଇ ଥିବାର ସୂଚନା ମିଳିବା ପରେ ସମ୍ପୃକ୍ତ ଶୀକାରୀ ବାପ ପୁଅ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ତେବେ ହିନ୍ଦୋଳ ରେ ହାତୀ ଓ ମଣିଷ ସବୁବେଳେ ବିପଦ ରେ ଥିବା ବେଳେ ସ୍ଥାଣୁ ବନବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

Aug 16, 2026 - 20:52
 0  42
ହିନ୍ଦୋଳ ରେ ପୁଣି ହାତୀ ମୃତ୍ୟୁ।ଇଶ୍ବରାପାଳ କାଜୁ ଜଙ୍ଗଲ ରେ ମରିପଡିଛି ହାତୀ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0