୫୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି,

୫୬ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ। ବାର୍ଷିକ ଉତ୍ସବ ହେଉଛି ବିଦ୍ୟାଳୟ ର ବର୍ଷ ର ଗୋଟିଏ ଦିନ ଯାହା ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମିଳନ ର ପର୍ବ। ଏହି ବାର୍ତ୍ତା କୁ ପାଥେୟ କରି ସୋର ବ୍ଲକ ଶିରାପୁର ଉଦୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୫୬ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ବେହେରା ଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଅତିଥି ପରିଚୟ ଗଙ୍ଗାଧର ବାରିକ୍ ପ୍ରଦାନ କରିଥିବା ବେଳେ ମାନସ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ସାଜନପୁର ପଞ୍ଚାୟତ ସରପଞ୍ଚ ଅଶ୍ଵିନୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ଜାମ୍ବେଶ୍ଵର ମହାବିଦ୍ୟାଳୟ ର ଗଣିତ ପ୍ରଧ୍ୟାପକ ମନିନ୍ଦ୍ର ଦୀକ୍ଷିତ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ମୋବାଇଲ ଠାରୁ ଦୂରେଇ ରହି ପାଠ୍ୟପୁସ୍ତକ ତଥା ପିତା ମାତା ଓ ଶିକ୍ଷକ ଙ୍କ କଥା ଆପଣେଇବା କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିରାପୁର କ୍ଲଷ୍ଟର ସିଆରସିସି ରଶ୍ମିତା ପଣ୍ଡା,୪୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଜୟରାମ ଦାସ, ଏସ ଏମ ସି କମିଟିର ସଭାପତି କାଞ୍ଚନବାଳା ପଣ୍ଡା,ପୂର୍ବତନ ଶିକ୍ଷକ ସିଦ୍ଧାନ୍ତ ପାତ୍ର, କମଳାକାନ୍ତ ପତି, ପଦ୍ମଲୋଚନ ତିଆଡି, ଲକ୍ଷ୍ମଣ ନାୟକ,ଅନନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବର୍ଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ପୂର୍ଣ୍ଣଚନ୍ଦ୍ର ବେହେରା ଶିକ୍ଷକ ସମ୍ମାନ ଭାବେ ପୂର୍ବତନ ଶିକ୍ଷକ ସିଦ୍ଧାନ୍ତ ପାତ୍ର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ରଞ୍ଜିତା ବେହେରା, ମାନସ ମଲ୍ଲିକ, ସ୍ୟୈମ୍ୟାଶ୍ରୀ ପ୍ରଧାନ, ମମତା ଘଡେଇ, ପ୍ରିୟଙ୍କା ବାରିକ୍, ସୁଫିଆ ଖାତୁନ, ସତିସ ସାହୁ, ଭାନୁମତୀ ପାତ୍ର, କନକଲତା ଗାଏନ, ସନ୍ଧ୍ୟାରାଣୀ ବାଗ୍, ସୋଲଚନା ପୃଥାଳ, ପୁଷ୍ପଲତା ଦୀକ୍ଷିତ, ବ୍ରଜ ସୁନ୍ଦର ସାହୁ, ନିରଞ୍ଜନ ବେହେରା, ମଧୁସୂଦନ ନାୟକ ପ୍ରମୁଖ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମମତା ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବାଲେଶ୍ଵର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Mar 25, 2026 - 18:50
 0  1
୫୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0