୮ ମାସ ଧରି ଭତ୍ତାରୁ ବଞ୍ଚିତ ବିଧବା ଜାନକୀ,,
୮ ମାସ ଧରି ଭତ୍ତାରୁ ବଞ୍ଚିତ ବିଧବା ଜାନକୀ କାମାକ୍ଷାନଗର,କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବରୁଆଁ ଗ୍ରାମ ର ଜଣେ ନିରାଶ୍ରୟ ବିଧବା ଜାନକୀ ପଧାନ ଦୀର୍ଘ ୮ ମାସ ଧରି ଭତ୍ତାରୁ ବଞ୍ଚିତ ରହିଥିବାର ଜଣାଯାଇଛି l ବାରୁଆଁ ଗ୍ରାମ ଶବର ବସ୍ତି ର ଅଶୀ ବର୍ଷ ର ବିଧବା ଜାନକୀ ଦୀର୍ଘ ୮ ମାସ ଧରି ଭତ୍ତା ରୁ ବଞ୍ଚିତ ହୋଇ ବାର ଦୁଆର ବୁଲି ଖତ ଗୋଟାଇ ନିଜ ପେଟ ପୋଷିବାକୁ ଏବେ ଅକ୍ଷମ l ଭତ୍ତା ଦୀର୍ଘ ୮ ମାସ ଧରି ପାଉ ନଥିବାରୁ ବ୍ୟାଙ୍କ ଓ ବ୍ଲକ କୁ ଧାଇଁ ଧାଇଁ ଅଣାୟତ୍ତ ହୋଇ ପଡିଲେଣି ଜାନକୀ l ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦେଇ ନିରାଶ୍ରୟା ଜାନକୀଙ୍କ ଭତ୍ତା କରାଇଦେବା ସକାଶେ ଜାନକୀ ଆକୁଳ ନିବେଦନ କରିଛନ୍ତି l ଦିଲ୍ଲୀପ କୁମାର ନାୟକ :ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0