କାର୍ଯ୍ୟରତ ସାମ୍ବାଦିକ ଙ୍କ କଳାବ୍ୟାଚ୍ ପରିଧାନ,,

କାର୍ଯ୍ୟରତ ସାମ୍ବାଦିକ ଙ୍କ କଳାବ୍ୟାଚ୍ ପରିଧାନ କାମାକ୍ଷାନଗର - ଉତ୍କଳ ସାମ୍ବାଦିକ ସଂଘ ର ଆହ୍ୱାନ ଓ ଜିଲ୍ଲା ସାମ୍ବାଦିକ ସଂଘ,ଢ଼େଙ୍କାନାଳ ର ସହଯୋଗରେ ଗତ ୨୯ ତାରିଖ ବୁଧବାର ଦିନ ରାଜ୍ୟବ୍ୟାପୀ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ପ୍ରତିବାଦ କରାଯାଇଥିବା ପରିପେକ୍ଷୀରେ ଢ଼େଙ୍କାନାଳ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ ହୋଇଥିଲା l ଏଥିରେ ୬ ଦଫା ଦାବି ପତ୍ର ମଧ୍ୟରେ ଯଦି କାର୍ଯ୍ୟକାରୀ ନ ହୁଏ ସେଥିପାଇଁ ମେ ୧ ତାରିଖ ଶୁକ୍ରବାର ଦିନ ସମସ୍ତ ସାମ୍ବାଦିକ କଳା ବ୍ୟ।ଚ ପିନ୍ଧି କାର୍ଯ୍ୟ କରିବାପାଇଁ ନିଷ୍ପତି ହୋଇଥିଲା କାମାକ୍ଷାନଗର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନ ସମୟରେ ସମସ୍ତ ସାମ୍ବାଦିକ କଳା ଵ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ l ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରତାପ କୁମାର ବରାଳ ଙ୍କ ନେତୃତ୍ୱରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ବ୍ୟାପକ ଅଧି ସ୍ୱୀକୃତି ପ୍ରଦାନ, ପେନସନ ପ୍ରଦାନ,ପ୍ରେସ ଏକାଡେମୀ ଗଠନ, ସ୍ୱାସ୍ଥ୍ୟବିମା ସମ୍ପ୍ରସାରଣ, ଅନୁକମ୍ପା ରାଶି ଦଶ ଲକ୍ଷ କୁ ବୃଦ୍ଧି ଭଳି ଛଅ ଦଫା ଦାବି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା l କଳାବ୍ୟାଚ ପରିଧାନ ରେ କାମାକ୍ଷାନଗର ର କାର୍ଯ୍ୟରତ ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ର ପ୍ରତିନିଧି ସାମିଲ ଥିଲେ । କାମାକ୍ଷାନଗର ରୁ ଦିଲ୍ଲିପ କୁମାର ନାୟକ ରିପୋର୍ଟ ଓମ୍ ମିଡିଆ ।

May 1, 2026 - 20:07
 0  16
କାର୍ଯ୍ୟରତ ସାମ୍ବାଦିକ ଙ୍କ କଳାବ୍ୟାଚ୍ ପରିଧାନ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0