ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ,,
ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ,,
ଧର୍ମଶାଳା, ୬ । ୭ (କୁଲୁ ବରାଳ: ଓମ ମିଡ଼ିଆ )
: ଧର୍ମଶାଳା ବ୍ଲକ ଜାରକାସ୍ଥିତ ଷ୍ଟାଡିୟମ ପରିସରରେ ମହାନ ରାଷ୍ଟ୍ରବାଦୀ, ଭାରତୀୟ ଜନସଂଘର ପ୍ରତିଷ୍ଟାତା ପରମପୁଜ୍ୟ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଭାରତର ମହାନ ରଷ୍ଟ୍ରବାଦୀ ନାୟକ ଶ୍ୟାମା ପ୍ରସାଦ ମୁଖାର୍ଜିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖହର ସାହୁ, ବରୀ ନିର୍ବଚନ ମଣ୍ଡଳୀ ବିଜେପି ନେତା ଉମେଶ ଜେନା ଓ ବିଂଝାରପୁର ବିଜେପି ନେତ୍ରୀ ବବିତା ମଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତ୍ୟାଗ ଓ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଯୁବସଙ୍ଗଠକ ରାଜେଶ ପାଳ, ଅଭିଶେକ ରାଉତ, ଜିତେନ୍ଦ୍ର ରାଉତ, ବିଶ୍ୱଜିତ ପୃଷ୍ଟି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।
ବିଧାୟକଙ୍କ ଦ୍ୱାରା ଗଡମଧୁପୁର ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଭିତିପ୍ରସ୍ତର ସ୍ଥପନ (ଫଟୋ)
ଧର୍ମଶାଳା, ୬ । ୭( ) : ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡମଧୁପୁର ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହର ଆଜି ଭିତିପ୍ରସ୍ତର ସ୍ଥାପନ କରାଯାଇଛି । ଯାଜୁର ପୁର୍ତ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ସ୍କୁଲ ଗୃହ ଭିତିପ୍ରସ୍ତର ସ୍ଥାନ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନା ଥାଉକି ସ୍କୁଲରେ ଶ୍ରେଣୀ ଗୃହର ଅବାବ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠ ପଡାରେ ବ୍ୟାଘାତ ହେଉଥିଲା । ଏସମ୍ପର୍କରେ ହୃଦୟଙ୍ଗମ କରି ବିଧାୟକ ଶ୍ରୀ ସାହୁ ନିଜ ଚେଷ୍ଟାରେ ପୁର୍ତ ବିଭାଗ ପକ୍ଷରୁ ବ୍ୟୟ ଅଟକଳ କରାଇ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରିଥିଲେ । ସ୍କୁଲ ଗୃହ ହେବା ଫଳରେ ଛାତ୍ରଛାତ୍ରୀମାନେ ସୁବିଧାରେ ଶ୍ରେଣୀ ଗୃହରେ ବସି ପାଠ ପଡିପାରିବେ ବୋଲି ସ୍କୁଲର ଶିକ୍ଷକ କହିଛନ୍ତି । ଏହି ରାସ୍ତାଟି ନବିକରଣ ଓ ପ୍ରସ୍ତିକରଣ ହେବା ଫଳରେ ଲୋକେ ସୁରୁଖୁରୁରେ ଯତାୟତ କରିପାରିବେ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଦଳୀୟ କର୍ମୀ ଓ ସାଧାରଣ ଲୋକେ ବିଧାୟକ ଶ୍ରୀ ସାହୁଙ୍କୁ ଏକ ଶୋଭାଯାତ୍ରାରେ ବାଜା ବାଣ ବଜାଇ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ସତ୍ୟସାଗର ଜେନା, ଜିଲ୍ଲାପରିଷଦ ସଦସ୍ୟା ସ୍ମୃତିରେଖା ବେହେରା, ଥାନୁଆଳ ସମିତି ସଭ୍ୟା ସାଗରିକା ଜେନା, ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ସୁବୁଲି ଧିର , ଅଭିଶେକ ରାଉତ, ଶ୍ରୀନିବାସ ଜେନା, ଚିତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0