ତଥ୍ୟ ନ ଜାଣି ମନ୍ତବ୍ୟ ଦେବା ଉଚିତ୍ ନୁହେଁ" — ପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଲେ ବିଜେପି ନେତା ସଂଗ୍ରାମ ପାତ୍ର,,
"ତଥ୍ୟ ନ ଜାଣି ମନ୍ତବ୍ୟ ଦେବା ଉଚିତ୍ ନୁହେଁ" — ପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଲେ ବିଜେପି ନେତା ସଂଗ୍ରାମ ପାତ୍ର ବିଜେପି ନେତା ସଂଗ୍ରାମ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ସ୍ଥିର ହୋଇଥିବା ମହାନଦୀ ଜଳ ବିବାଦ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଥିଲେ। ସେହିପରି ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା ସଂସଦରେ ପ୍ରଶ୍ନପତ୍ର ସୁରକ୍ଷା ସମ୍ବନ୍ଧୀୟ ବିଲ୍ର ଆଲୋଚନା ଓ ପାରିତ ପ୍ରକ୍ରିୟାରେ ବ୍ୟସ୍ତ ଥିଲେ। ଏଭଳି ପୂର୍ବ ନିର୍ଦ୍ଧାରିତ ସରକାରୀ ଓ ସଂସଦୀୟ ଦାୟିତ୍ୱକୁ ଅଣଦେଖା କରି ରାଜନୈତିକ ଆକ୍ଷେପ କରିବା ଠିକ୍ ନୁହେଁ ବୋଲି ସଂଗ୍ରାମ ପାତ୍ର କହିଛନ୍ତି। ସେ ପ୍ରମିଳା ମଲ୍ଲିକଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, "ବୟାନ ଦେବା ପୂର୍ବରୁ ପ୍ରକୃତ ତଥ୍ୟ ଜାଣନ୍ତୁ। ଜନପ୍ରତିନିଧିମାନେ ରାଜ୍ୟ ଓ ଦେଶର ସ୍ୱାର୍ଥରେ ନିଜ ଦାୟିତ୍ୱ ପାଳନ କରୁଥିବାବେଳେ ତାହାକୁ ନେଇ ଅପପ୍ରଚାର କରିବା ଦୁର୍ଭାଗ୍ୟଜନକ। ବିପର୍ଯ୍ୟୟ ସମୟରେ ରାଜନୀତି ନୁହେଁ, ଜନସେବା ଓ ସହଯୋଗ ହିଁ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ୍।"
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0