ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି।ତଦନ୍ତ ଦାବି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି।ତଦନ୍ତ ଦାବି। ତା୦୨/୦୭/୨୦୨୬,ଗୁରୁ ବାର। ହିନ୍ଦୋଳ, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର କିଛି ଅର୍ଥପିପାସୁ ସରକାରୀ ଅଧିକାରୀ ମାନଙ୍କ ସମେତ ଜନ ପ୍ରତିନିଧି ଓ ଗ୍ରାମାଞ୍ଚଳର କିଛି କୁଜିନେତା ଏହି ଯୋଜନାକୁ ଲୋକ ଲୋଚନ କୁ ନ ଆଣି ସମ୍ପୂର୍ଣ ମାଗଣାରେ ମିଳୁଥିବା ସରକାରୀ ଯୋଜନାକୁ ହିତାଧିକାରୀ ଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାର ଦେଖିବାକୁ ମିଳୁଛି।ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ଉପଖଣ୍ଡ ର ବିଭିନ୍ନ ପଞ୍ଚାୟତ ରେ। ହିନ୍ଦୋଳ ଉପଖଣ୍ଡ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘରଖଣ୍ଡିଏ ପାଇବା ପାଇଁ ଦୀର୍ଘ ୨ ବର୍ଷ ହେଲା ଉପଖଣ୍ଡ ର ହିତାଧିକାରୀ ମାନେ ଚାତକ ପରି ଚାହିଁ ବସିଥିବା ବେଳେ ଗତ ୩ ମାସ ପୂର୍ବରୁ କିଛି ହିତାଧିକାରୀଙ୍କ ଆବେଦନକୁ ଭିତ୍ତିକରି ସ୍ୱତନ୍ତ୍ର ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ନାମ ଲିଷ୍ଟ କରାଯାଇଛି ଆଉ କିଛି ହିତାଧିକାରୀଙ୍କୁ ବାହାର କରା ଯାଇଛି ତେବେ ସେହି ଲିଷ୍ଟ ଏବେ ଉପଖଣ୍ଡ ର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଗ୍ରାମରେ ଥିବା ଅଙ୍ଗନବାଡି ସେଣ୍ଟରରେ ହିନ୍ଦୋଳ ବ୍ଲକର ନିର୍ଦେଶ ଅନୁସାରେ ମାରିବାପାଇଁ ନିର୍ଦେଶ ରହିଥିବା ବେଳେ କିଛି ପଞ୍ଚାୟତ ଅଧିକାରୀ କେବଳ ପଞ୍ଚାୟତ ସମ୍ମୁଖରେ ଲିଷ୍ଟ ମାରିଥିବା ବେଳେ ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡି ସେଣ୍ଟରରେ ହିତାଧିକାରୀଙ୍କ ଲିଷ୍ଟ ମରାଯାଇ ନାହିଁ। ତେବେ ଦେଖିବାକୁମିଳିଛି ଉପଖଣ୍ଡ ବିଭିନ୍ନ ପଞ୍ଚାୟତ ସମ୍ମୁଖରେ ମଧ୍ୟ ହିତାଧିକାରି ମାନଙ୍କର ଲିଷ୍ଟ ଆଉ ନାହିଁ।ଟଙ୍କା ଆଦାୟ ପାଇଁ ପାୱାରଫୁଲ ଦଲାଲ କୁଜିନେତାଙ୍କ ଚକ୍ରାନ୍ତରେ ପଞ୍ଚାୟତ ମାନଙ୍କରେ ଥିବା ସେମାନଙ୍କ ଦଲାଲ ଦ୍ୱାରା ଲିଷ୍ଟ ସବୁ ଚିରି ଦିଆଯାଇଛି।ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସେହି ସବୁ ଲିଷ୍ଟ ରହିବ ଏବଂ ସେସବୁ ଲିଷ୍ଟକୁ ଦେଖି ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଯେକୌଣସି ବ୍ୟକ୍ତି ପଞ୍ଚାୟତରେ ଅଭିଯୋଗ କରିପାରିବେ ବୋଲି ସରକାରୀ ନିର୍ଦେଶନାମା ରହିଛି ଓ ୧୪ ତାରିଖ ପରେ ସମ୍ପୂର୍ଣ ଲିଷ୍ଟ ବାହାରିବ ବୋଲି ସରକାରୀ ନିର୍ଦେଶନାମା ରହିଥିବା ବେଳେ ଏବେ ହିନ୍ଦୋଳ ଉପଖଣ୍ଡ ର ବିଭିନ୍ନ ପଞ୍ଚାୟତ ରେ କିଛି କୁଜିନେତା ସାଧାରଣ ଲୋକଙ୍କ ଠାରୁ ଡକୁମେଣ୍ଟ ଆଦାୟ ସହିତ ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି।ଯେଉଁ ହିତାଧିକାରୀ ଡକୁମେଣ୍ଟ କିମ୍ବା ଟଙ୍କା ଦେବା ପାଇଁ ରାଜି ନହେଉଛି ସେମାନଙ୍କ ନାମ ଆଗାମୀ ୧୪ ତାରିଖ ଭିତରେ ଅଭିଯୋଗ ଦର୍ଶାଇ ଲିଷ୍ଟ ରୁ ନାମ କାଟି ଦିଆଯିବ ବୋଲି ଧମକ ଦିଆଯାଉଛି।ଘରଖଣ୍ଡିଏ ପାଇବା ପାଇଁ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିବା ହିତାଧିକାରୀ ବାଧ୍ୟ ହୋଇ ନିଜର ଡକୁମେଣ୍ଟ ସହିତ କିଛି ଅଗ୍ରିମ ଟଙ୍କା ଓ ଘର ପାଇ ସାରିଲେ ଅବଶିଷ୍ଟ ଟଙ୍କା ଦେବେ ବୋଲି ଭୟରେ ଦଲାଲ ମାନଙ୍କୁ କହୁଥିବାର ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନଉଠେ ସମ୍ପୂର୍ଣ ମାଗଣାରେ ଆବାସ ଯୋଜନାରେ ପାଇବାପାଇଁ ସରକାର ଘୋଷଣା କରିଥିବା ବେଳେ ଏବେ କିପରି ପ୍ରଶାସନ ର ବିନା ନିର୍ଦେଶ ରେ ହିତାଧିକାରୀ ଙ୍କ ଠାରୁ ଟଙ୍କା ସହିତ ଡକୁମେଣ୍ଟ ଆଦାୟ କରାଯାଉଛି।ଉପଖଣ୍ଡରେ ଦଲାଲିକରି ଟଙ୍କା ଓ ଡକୁମେଣ୍ଟ ଆଦାୟ କରୁଥିବା ଦଲାଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଉପଖଣ୍ଡର ବୁଦ୍ଧିଜୀବୀଙ୍କ ସମେତ ହିନ୍ଦୋଳ ସାମ୍ବାଦିକସଙ୍ଘ ଓ ଜନସାଧାରଣଙ୍କ ପକ୍ଷରୁ ରାଜ୍ୟସରକାରଙ୍କୁ ଦାବି କରାଯାଇଛି। ହିନ୍ଦୋଳ ବ୍ଲକ ଅଧିକାରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରେ ସେ କୁହନ୍ତି ଏବେ ସାଧାରଣ ଲୋକଙ୍କ ଅଭିଯୋଗ ଚାଲିଛି ଅଭିଯୋଗ ସରିବାପରେ ତଦନ୍ତ ହୋଇ ଗୃହ ବଣ୍ଟନ କରାଯିବ। ତେବେ ଏ ସମସ୍ତ ସ୍ପର୍ଶକାତର ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ହିନ୍ଦୋଳ ଜନସାଧାରଣ।

Jul 2, 2026 - 20:57
 0  11
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି।ତଦନ୍ତ ଦାବି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0