ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଡ଼ଗପୁର ଅଞ୍ଚଳ ରେ ସ୍ଲୋ ନେଟୱାର୍କ ପାଇଁ ହେଉଛି ସମସ୍ୟା.,
ସ୍ସ୍ଲୋ ନେଟୱାର୍କ ପାଇଁ ବଢୁଛି ଅସନ୍ତୋଷ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଖଡ଼ଗପୁର ଅଞ୍ଚଳ ରେ ସ୍ଲୋ ନେଟୱାର୍କ ପାଇଁ ହେଉଛି ସମସ୍ୟା.ସୂଚନା ମୁତାବକ ଖଡ଼ଗପୁର ଅଞ୍ଚଳ ରେ ବିଏସଏନଏଲ. ଜିଓ. ଏଆରଟେଲ ନେଟୱାର୍କ ର ବହୁତ ଗ୍ରାହକ ଅଛନ୍ତି.ହେଲେ କୌଣସି ନେଟୱାର୍କ ଏଠାରେ କାମ କରୁନାହିଁ.ଫଳରେ ଏହି ସବୁ ଗ୍ରାହକ ମାନେ ହତ ସନ୍ତ ହେଉଛନ୍ତି.ନିକଟସ୍ଥ ରଇପୁର କଳାଶ୍ରୀ ଓ ବାଲିପଡ଼ିଆ ରେ ବିଭିନ୍ନ ନେଟୱାର୍କ ର ଟାୱାର ଥିବାବେଳେ ଖଡ଼ଗପୁର ଠାରେ କୌଣସି ଟାୱାର ବସାଯାଇ ନାହିଁ.ଯାହା ଫଳରେ ଏହି ଅଞ୍ଚଳ ବାସି ମୋବାଇଲି ସେବାରୁ ବଞ୍ଚିତ ହେଉଛନ୍ତି.ସେଇପରି ମୋବାଇଲି ସେବା ନଥିବାରୁ ଖଡ଼ଗପୁର ଠାରେ ବିଭିନ୍ନ ସରକାରୀ ଅନୁଷ୍ଠାନ ଯଥା ଓଡିଶା ଗ୍ରାମ୍ୟ ବ୍ୟାଙ୍କ. ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ର. ଗୋପାଳ ପୁର ପଞ୍ଚାୟତ ଅଫିସି. ରାଜସ୍ୱ ଅଫିସ. ସମବାୟ ଅଫିସି. ଡାକଘର. ଜନସେବା କେନ୍ଦ୍ର.ର କର୍ମଚାରୀ ମାନେ ବିଭିନ୍ନ ସମୟ ରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି.ସବୁଠାରୁ ଅଧିକ ଚାଷୀ ଭାଇ ମାନେ ଧାନ ପଞ୍ଜିକରଣ କରିବା ପାଇଁ ବହୁତ ଅସୁବିଧା ର ସମୁଖୀନ ହୋଇଥାନ୍ତି.ଏଥି ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାର ଯାଜପୁର ଜିଲ୍ଲା ପ୍ରଶାସନ ନିକଟରେ ଖଡ଼ଗପୁର ଗ୍ରାମ ବାସୀମାନେ ଗଣମାଧ୍ୟମ ମାଧ୍ୟମରେ ଦାବି କରିଛନ୍ତି.ସେମାନେ ହେଲେ ଅଞ୍ଜନ ସାହୁ. ସୁବ୍ରତ କୁମାର ପୃଷ୍ଟି. ଦେବେନ୍ଦ୍ର ତ୍ରିପାଠୀ. ଶ୍ରୀଧର ଖୁଣ୍ଟିଆ. ନରହରି ସାହୁ.କୃତିବାସ ସାହୁ. ଗଣେଶ୍ୱର ଦାସ. ଦେବବ୍ରତ ପାତ୍ର ପାତ୍ର. ରିପୋର୍ଟ ସୁଶାନ୍ତ କୁମାର ବେହେରା ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0