ବିଧାୟକଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାସ ଗ୍ରାମ ବାସିନ୍ଦାଙ୍କ ମୁହଁରେ ହସ ଝର ଝର,,
ବିଧାୟକଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାସ ଗ୍ରାମ ବାସିନ୍ଦାଙ୍କ ମୁହଁରେ ହସ ଝର ଝର
ଯାଜପୁର ୦୪ । ୦୭!୨୦୨୬/
ରିପୋର୍ଟ କୁଲୁ ବରାଳ
: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଠୁଆବର ପଂଚାୟତରେ ଆଜି ରାସ୍ତାର ଶିଳାନ୍ୟାସ କରାଯାଇଛି । ଜାରକା ଗ୍ରାମ୍ୟ ଉନୟନ ବିଭାଗ ୨ କୋଟି ୯୯ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ଏହି ରାସ୍ତାର ଶିଳାନ୍ୟାଶ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟାକୁଆ ଠେଙ୍ଗ ଶିବ ମନ୍ଦିର ଠାରୁ କପାଳି କଂଟିଖାଲ ଭାୟ ଦପାନାଳ ଠାରୁ କୁରକୁରା ଛକ ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତାର ଶିଳାନ୍ୟାସ କରିଛନ୍ତି । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମୀ ଓ ସାଧାରଣ ଲୋକେ ବିଧାୟକ ଶ୍ରୀ ସାହୁଙ୍କୁ ଏକ ଶୋଭାଯାତ୍ରାରେ ବାଜା ବାଣ ବଜାଇ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଯୁବ ନେତା ତଥା ପ୍ରଭାରୀ ରାଜେଶ କୁମାର ପାଳ, ଅଭିଶେକ ରାଉତ, ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା,ଜିତେନ୍ଦ୍ର ରାଉତ, ମଣ୍ଡଳ ପ୍ରଭାରୀ ଜୟନ୍ତ ପ୍ରଧାନ, ପ୍ରକାଶ ସାମଲ, ଅକ୍ଷୟ ପଣ୍ଡା, ଆଲୋକ ଲେଙ୍କା,ଚୈତନ୍ୟ ନାୟକ ଯୁବସଭାପତି ରୁଦ୍ର ପ୍ରସାଦ ବେହେରା,ଲକ୍ଷ୍ମୀଧର ରାଉତ ,କଳାକାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0