ମୈତାପୁର ରୁଦ୍ରାଶ୍ରମ ଗୋଶାଳାରେ ହିନ୍ଦୁ ନବ ବର୍ଷ ପାଳନ

ମଇତା ପୁର ରୁଦ୍ରାଶ୍ରମ ଗୋଶାଳା ରେ ହିନ୍ଦୁ ନବ ବର୍ଷ ପାଳନ =========================== ମଇତା ପୁର ରୁଦ୍ରାଶ୍ରମ ଗୋଶାଳା ରେ ହିନ୍ଦୁ ନବ ବର୍ଷ ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି କାହ୍ନୁ ଚରଣ ସିଂ ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି ।ସର୍ବପ୍ରଥମେ ଏକ ବିଶାଳ ରାଲି ରେ ବିଶ୍ୱ ହିନ୍ଦୁ ପରିଷଦ ର କର୍ମ କର୍ତ୍ତା ମାନେ ଜୟ ଶ୍ରୀରାମ ନାରା ଦେଇ ମଇତା ପୁର ରୁଦ୍ରାଶ୍ରମ ରେ ପହଂଚିବା ପରେ ରୁଦ୍ରା ଆଶ୍ରମ ଅଧ୍ୟକ୍ଷ ରାମଚନ୍ଦ୍ର ରାମାନୁଜମ ଦାସନ ଙ୍କ ନେତୃତ୍ୱ ରେ ଆଶ୍ରମ ବାସୀ ଓ କର୍ମକର୍ତ୍ତା ମାନେ ସ୍ୱାଗତ କରିଥିଲେ। ହିନ୍ଦୁ ନବ ବର୍ଷ ପାଳନ ଅବସରରେ ଆୟୋଜିତ ସଭାରେ ଭଦ୍ରକ ଜିଲ୍ଲା ସଭାପତି କାହ୍ନୁ ଚରଣ ସିଂ ଅଧ୍ୟକ୍ଷ ତା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ ର ସମ୍ପାଦକ ମାନ ଗୋବିନ୍ଦ ନାୟକ, ବରିଷ୍ଠ ସଭ୍ୟ ,କୃଷ୍ଣ ଚନ୍ଦ୍ର ଦାଶ,ଓ ଦେବାଶିଷ ଜେନା, ହିନ୍ଦୁ ନବ ବର୍ଷ ପାଳନ ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ପରେ ପରେ ସାଧୁସନ୍ଥ ବାବା ନାଗେଶ୍ୱର ନନ୍ଦ ସରସ୍ବତୀ,ବାବା ରାମଚନ୍ଦ୍ର ରାମାନୁଜ ଦାସନ ପ୍ରମୁଖ ହିନ୍ଦୁ ନବ ବର୍ଷ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ଶେଷରେ ଗଣେଶ ଖିଲାର ଧନ୍ୟବାଦ ଦେଇଥିଲେ ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ

Mar 20, 2026 - 21:32
 0  11
ମୈତାପୁର ରୁଦ୍ରାଶ୍ରମ ଗୋଶାଳାରେ ହିନ୍ଦୁ ନବ ବର୍ଷ ପାଳନ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0