ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଗେଟ୍ ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା,,

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଗେଟ୍ ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା ଯାଜପୁର ୧୦ ।୦୭/୨୦୨୬/ ଧର୍ମଶାଳା ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧର୍ମଶାଳା ବାଣୀପୀଠରେ ଶିକ୍ଷକ ଅଭାବଥିବା ଅଭିଯୋଗରେ ସ୍କୁଲ ଫାଟକ ସମ୍ମୁଖରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଆଜି ଧାରଣାରେ ବସିରହିଥିଲେ । ଅଭିଯୋଗ ମୁତାବକ କିଛି ମାସ ହେବ ବିଦ୍ୟାଳୟର ୫ରୁ ଅଧିକ ଶିକ୍ଷକ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଯାହା ଫଳରେ ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ବିଭାଗର ଶିକ୍ଷକ ନଥିବା ଯୋଗୁ ଛାତ୍ରଛାତ୍ରୀ ମାନେ ଖାଲି କ୍ଲାସ ରୁମରେ ବସି ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍କୁଲ ଫାଟକରେ ସମ୍ମୁଖରେ ତାଲା ପକାଇ ବିଭିନ୍ନ ନାରାବାଜି କରିବା ସହ ଧାରଣାରେ ବସି ରହିଥିଲେ । ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ରାଉଳ ସେଠାରେ ପହଁଚି ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ସୁଦ୍ଧା ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଖବର ପାଇ ଧର୍ମଶାଳା ବିଇଓ ଅଭୟକୁମାର ବେହେରା ଘଟଣା ସ୍ଥଳରେ ପହଁଚି ଛାତ୍ରଛାତ୍ରୀମାନଙ୍କ ସହିତ ଅଲୋଚନା କରିବା ସହିତ ସ୍କୁଲରେ ଶିକ୍ଷକ ଅଭାବ ଥିବା ସ୍ୱିକାର କରିଥିଲେ ଏବଂ ଯଥାଶିଘ୍ର ଶିକ୍ଷକ ପଦବୀ ପୂରଣ ପାଇଁ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯିବାର ପ୍ରତିସୃତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ । ତେବେ ଏହି ଖବର ପାଇବା ପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖରସାହୁ ତୁରନ୍ତ ହସ୍ତକ୍ଷେପ କରି ବଣୀପୀଠରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ କହିଥିଲେ । ବିଧାୟକ ଶ୍ରୀ ସାହୁଙ୍କ ହସ୍ତକ୍ଷେପ ଯୋଗୁଁ ଆଜି ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଚିଠିି ସଂଖ୍ୟା ୮୪୧୫ରେ ଦୁଇଜଣ ଶିକ୍ଷକଙ୍କୁ ତୁରନ୍ତ ଡେପୁଟେସନରେ ବାଣୀପୀଠକୁ ପଠାଯାଇଥିବା ଜଣାଯାଇଛି । ରିପୋର୍ଟ କୁଲୁ ବରାଳ

Jul 10, 2026 - 21:50
 0  1
ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଗେଟ୍ ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0