ସ୍ୱାସ୍ଥ୍ୟ ଶିବିର ଏବଂ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,
ସ୍ୱାସ୍ଥ୍ୟ ଶିବିର ଏବଂ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଅନ୍ତର୍ଗତ ଗରଗାଲି ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ସେବା ସମିତି ପକ୍ଷରୁ ଆଜି ସ୍ୱାସ୍ଥ୍ୟ ଶିବିର ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ କୁନ୍ଦଳ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରମିତା ରାଉତ ଉଦ୍ଘାଟନ କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ଲୋକ ମାନେ ସ୍ୱାସ୍ଥ୍ୟ ଚିକିତ୍ସା କରିଥିବା ବେଳେ ରକ୍ତଦାନ ଶିବିରରେ ୫୦ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ହୋଇଛି।ଏହି ଶିବିର ରେ ସମାଜ ସେବୀ ବଟକୃଷ୍ଣ ମହାରଣା,ଯାଜପୁର ସାଂସଦ ଙ୍କ ପ୍ରତିନିଧି ରବୀନ୍ଦ୍ର ରାଉତ,ଅରୁଣ ସାମଲ,ସନ୍ତୋଷ ପରିଡ଼ା,କୁଶାସନ ସେଠୀ,ପ୍ରଦୀପ୍ତ ସିଂହ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏହି କାର୍ଯ୍ୟକ୍ରମରେ ରାକେଶ କୁମାର ସିଂହ,ସଞ୍ଜୟ କୁମାର ସିଂହ,ପ୍ରସନ୍ନ କୁମାର ରାୟ,ଅମରେଶ ସେଠୀ,ବିନୋଦ ଚନ୍ଦ୍ର ପାଲ,ଡ଼ଃ ସୁଧୀର ଚନ୍ଦ୍ର ସାମଲ,ବିଘ୍ନେଶ୍ୱର ସିଂହ,ନାରାୟଣ ଚନ୍ଦ୍ର ସାମଲ,ନକୁଳ ଚନ୍ଦ୍ର ରାଉଳ, ଭବାନୀ ଶଙ୍କର ନାୟକ, ବିଶ୍ଵନାଥ ପରିଡ଼ା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0