ଇ ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମ୍ବର୍ଦ୍ଧନା ପର୍ବ ଶୃଙ୍ଖଳା ର ସହିତ ଅନୁଷ୍ଠିତ।
ଇ ଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମ୍ବର୍ଦ୍ଧନା ପର୍ବ ଶୃଙ୍ଖଳା ର ସହିତ ଅନୁଷ୍ଠିତ। ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ଓମ ମିଡ଼ିଆ,
ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ସ୍ଥିତ ଇଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆୟୋଜିତ ଏକ ବିଶେଷ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନିଜସ୍ୱ ଅନୁଷ୍ଠାନ ପରିସର ରେ ଅତି ଶୃଙ୍ଖଳା ର ସହିତ ସମ୍ପାଦିତ ହୋଇ ଯାଇଛି।
ଇଟେକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡଃ:ସୁରେଶ ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ,ବିଶିଷ୍ଟ ସାହିତ୍ୟିକ ରମେଶ ଚନ୍ଦ୍ର ସାହୁ,ତଥା ସମ୍ମାନିତ ଅତିଥି ଭାବେ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଲୀନା ଦାସ୍, ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା,ଆୟୋଜିତ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତି ସାଗରବାଳା ହୋତା,ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜିତେନ୍ଦ୍ରିୟ ଶତପଥୀ,ତଥା ଇଟେକ ଆବାସିକ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାରଦା ପ୍ରସାଦ ମହାନ୍ତି,ସହକାରୀ ଅଧ୍ୟକ୍ଷ ଅନିଲ୍ ଗୋଛାୟତ ପ୍ରମୁଖ ମଞ୍ଚାସୀନ ଥିଲେ। ଅନୁଷ୍ଠାନ ର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସୁରେଶ ପ୍ରସାଦ ମିଶ୍ର ଙ୍କ ସଂଯୋଜନା ତଥା ମଞ୍ଚ ପରିଚାଳନା ରେ ଶୃଙ୍ଖଳିତ ତଥା ସୂଚାରୁ ରୂପେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା ତଥା ଦ୍ଵିପ ପ୍ରଜ୍ବଳନ ପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ର ଆରମ୍ଭ ହୋଇଥିଲା।ଇଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ମିଶ୍ର ମଞ୍ଚାସୀନ ଅତିଥିଗଣ ଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ସମ୍ମାନ ଫଳକ ପ୍ରଦାନ ପୂର୍ବକ ଯଥୋଚିତ ସମ୍ମାନ ର ସହିତ କାର୍ଯ୍ୟକ୍ରମ କୁ ସ୍ବାଗତ କରିଥିଲେ। ସମସ୍ତ ଅତିଥିଗଣ ଇଟେକ୍ ମହାବିଦ୍ୟାଳୟ ର ପ୍ରତିଟି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା ତଥା ସହଯୋଗ ର ହାତ ବଢ଼ାଇବା ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ଇଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ଦାନ କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟି ସ୍ଥାପନ କରି କେବଳ ଢେଙ୍କାନାଳ ଜିଲ୍ଲା କାହିଁକି ସାରା ଓଡ଼ିଶା ରାଜ୍ୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ମନ୍ଚାସୀନ ଅତିଥି ଗଣ ଭୂୟସୀ ପ୍ରଶଂସା କରିବା ସହିତ ଅନୁଷ୍ଠାନ ର ପ୍ରତୈକ କର୍ମଚାରୀ ମାନଙ୍କର ଏକ ନିଷ୍ଠ ପ୍ରୟାସ ପାଇଁ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରି କହିଥିଲେ ଯେ ଏହି ଅନୁଷ୍ଠାନ ରେ କେବଳ ଶିକ୍ଷାଦାନ ନୁହେଁ ପିଲା ମାନଙ୍କୁ ସଂସ୍କାର ପ୍ରଦାନ କରିବାରେ ପ୍ରମୁଖ ଭୂମିକା ରହିଥାଏ।
ତେବେ ଶିକ୍ଷାବର୍ଷ ୨୦୨୫/୨୬ ସିଏଚ୍ଏସ୍ଇ ଯୁକ୍ତ ଦୁଇ ପରୀକ୍ଷା ରେ ଇଟେକ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୮୩ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ପରିକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଏକ ନୁତନ ରେକର୍ଡ ସ୍ଥାପନ କରିଥିବା ବେଳେ ଅନୁଷ୍ଠାନ ର କୃତୀ ଛାତ୍ର ପାର୍ଥ ସାରଥି ଖିଲାର ସିଏଚ୍ଏସ୍ଇ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୬୦୦ରୁ ୫୯୮ନମ୍ବର ରଖି ଓଡ଼ିଶା ର ଟପର ହୋଇ ଅନୁଷ୍ଠାନ ର ସୁନାମ କୁ ଦ୍ଵିଗୁଣିତ କରିଛନ୍ତି। ଅନୁଷ୍ଠାନ ପାଇଁ ଗୌରବ ଆଣି ଦେଇ ଥିବାରୁ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଓ ଅଭିଭାବକ ଓ ଅଭିଭାବକ ଗଣ ସମସ୍ତେ ଖୁସି ରେ ଅଧୀର ହୋଇ ପଡୁଥିବା ବେଳେ ଶିକ୍ଷାବର୍ଷ ୨୦୨୫/୨୬ ର ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର ଭାବେ ଅଭିହିତ କରାଯାଇ ଅନୁଷ୍ଠାନ ତରଫରୁ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ସହିତ ପୁଷ୍ପ ଗୁଛ,ଉତ୍ତରୀୟ,ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ର ସହିତ ସମ୍ବର୍ଦ୍ଧିତ କରାଯାଇଛି। ଇଟେକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୩୭ ଜଣ ୯୦%ନମ୍ବର ରଖି କୃତୀତ୍ଵ ର ସହିତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁରୂପ ପୁଷ୍ପଗୁଛ,ଉତ୍ତରୀୟ ମାନପତ୍ର ତଥା ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବା ବେଳେ ସାମୁହିକ ମଧ୍ୟାହ୍ନ ଭୋଜନ ରେ ସମସ୍ତେ ଆପ୍ୟାୟିତ ହୋଇଥିଲେ।
ପରିଶେଷରେ ଅନୁଷ୍ଠାନ ର ଅଧ୍ୟକ୍ଷ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ଢେର୍ ଶୁଭେଛା ଜଣାଇ କାର୍ଯ୍ୟକ୍ରମ ର ପରିସମାପ୍ତି ଘୋଷଣା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0