ଇନଷ୍ଟାଲ ମେଣ୍ଟ ରେ ଗାଡିକିଣୁଥିଲେ ସାବଧାନ. ,,
ହେଡଲାଇନ. ଇନଷ୍ଟାଲ ମେଣ୍ଟ ରେ ଗାଡିକିଣୁଥିଲେ ସାବଧାନ. ରିପୋର୍ଟ. ନୂଆ ବାଇକି କିଣିବା ପାଇଁ ଚାହୁଁଛନ୍ତି କି ତାହେଲେ ଇନଷ୍ଟାଲ ମେଣ୍ଟ ରେ ଗାଡି କିଣନ୍ତୁ ନାହିଁ. ନହେଲେ କିଏ କହିବ ପରେ ପସ୍ଥାଇବା ପାଇଁ ପଡିବ ନାହିଁ ବୋଲି. ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଅଂଚଳ ରେ. ଜୈନିକ ମହିଳା ଆଜକୁ ପାଖା ପାଖି ଅଢେଇ ବର୍ଷ ତଳେ ବଡ଼ଚଣା ଅଂଚଳ ରେ ଏକ ଟିଭିଏସ ବାଇକି ସୋରୁମ ଏକ ସ୍କୁଟି ଇନଷ୍ଟାଲ ମେଣ୍ଟ ରେ କିଣି ଥିଲେ. ପ୍ରତି ମାସରେ ଇନଷ୍ଟାଲ ମେଣ୍ଟ ବାବଦକୁ ସାଢେ ପାଞ୍ଚହଜାର ନିଜର ଆକାଉଣ୍ଟ ରୁ କଟୁଥିଲା.ଅପ୍ରେଲ ତେଇଶି ତାରିଖ ଦିନ ତିନିଟା ସମୟରେ ଏଲ ଆଣ୍ଡ ଟି କମ୍ପାନୀ ରୁ ଏକ ଫୋନ କଲ ଆସିଥିଲା ଯାହାର ନମ୍ବର (8697077472)ଆପଣ ଠିକ ସମରେ କିସ୍ତି ପୈଠ କରିଥିବାରୁ କମ୍ପାନୀ ଆପଙ୍କୁ ଅଳ୍ପ ଶୁଦ୍ଧରେ ପାଞ୍ଚ ଲକ୍ଷ୍ୟ ଟଙ୍କାର ଋଣ ଅଫର ଦେଉଛି. ହେଲେ ଅପାଙ୍କର ଆଉ ବାକିଥିବା ତିନୋଟି କିସ୍ତି ଏକ କାଳୀନ ପୈଠ କରିବା ପାଇଁ ପଡିବ. ଏହା ପରେ ସମ୍ପୃକ୍ତ ବେକ୍ତି ସମସ୍ତ ଅର୍ଥ ପୈଠ କରିଥିଲେ. ପରେ ଆଉ ଋଣ ମିଳିବା ତ ଦୂରର କଥା ଏବେ ଆଉ ଫୋନ କେହି ଉଠାଉ ନାହାନ୍ତି. ଏ ନେଇ ସମ୍ପୃକ୍ତ ବେକ୍ତି ସାଇବର ଅପରାଧୀଙ୍କ ଏ କାମ ଭାବି. ସାଇବର ସେଲେରେ ଅନଲାଇନ ଅଭିଯୋଗ କରି ମୁଣ୍ଡରେ ହାତ ଦେଇ ବସିଛନ୍ତି. ଏଠି ପ୍ରଶ୍ନ ଉଠେ ଏଲ ଆଣ୍ଡ ଟି କମ୍ପାନୀ କୁ ଯେଉଁ ଡକୁମେଣ୍ଟ ଦିଆଯାଉଛି ଏ ସବୁ ସାଇବର କ୍ରାଇମ କରୁଥିବା ଅପରାଧୀଙ୍କ ପାଖକୁ ଯାଉଛି କେମିତି. ଅଭିଯୋଗ କୁ ବିଚାର ନେଇ ଅପରାଧୀ ମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ହେବା ସହ ଅର୍ଥ ହରାଇଥିବା ବେକ୍ତି ଙ୍କ ଅର୍ଥ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି,,ବଡ଼ଚଣାରୁ ସୁଶାନ୍ତ କୁମାର ବେହେରା ଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0