କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା
କଲେଜ ଛାତ୍ରୀ ଙ୍କୁ ବିଭତ୍ସ ହତ୍ୟା କାମାକ୍ଷାନଗର - ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗାଁ ଜଙ୍ଗଲରେ ଜଣେ କଲେଜ ଛାତ୍ରୀ ଙ୍କୁ ବିଭତ୍ସ ହତ୍ୟା କରାଯାଇଛି l ମୃତ ଛାତ୍ରୀ ଜଣକ ମାର୍ଥାପୁର ଗ୍ରାମର ଅଙ୍କିତା ପ୍ରିୟଦର୍ଶିନୀ ବାରିକ ହୋଇଥିବା ସୂଚନା l ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ l ଗତକାଲି କଲେଜ ରେ ଗୋଟିଏ ସିଟିଙ୍ଗ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ l ଆଜି ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ସାରୁଆଳି ଗାଁ ଜଙ୍ଗଲ ରେ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ l ଘଟଣା ସ୍ଥଳରୁ କଲେଜ ବ୍ୟାଗ ସହିତ ରକ୍ତ ରଞ୍ଜିତ ମୃତଦେହ ଉଦ୍ଧାର କରାଯାଇଛି l ଜିଲ୍ଲା ସାଇଣ୍ଟିଫିକ ଟିମର ତଦନ୍ତ ଏବଂ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସମ୍ପୂର୍ଣ ତଥ୍ୟ ସାମ୍ନାକୁ ଆସିବ l ତେବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ଘଟଣା ସ୍ଥଳରେ ଏସପି ଅଭିନଵ ସୋନକର, ଏସଡିପିଓ ରଜନୀକାନ୍ତ ସାମଲ, ଜିଲ୍ଲା ଫୋରେନ୍ସିକ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଦେଇଛନ୍ତି କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0