କାମାକ୍ଷାନଗର ରେ ରାଷ୍ଟ୍ରୀୟ ଲୋକ ଅଦାଲତ,,

କାମାକ୍ଷାନଗର ରେ ରାଷ୍ଟ୍ରୀୟ ଲୋକ ଅଦାଲତ କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଲୋକ ଅଦାଲତ ରେ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ ଇତିଶ୍ରୀ ମାଲବିକା ରାୟ ରାଷ୍ଟ୍ରୀୟ ଲୋକ ଅଦାଲତ କୁ ଉଦଘାଟନ କରି ନିଜ ଅଦାଲତକୁ ପରିଚାଳନା କରିଥିଲେ l ଏହି ଅଦାଲତ ରେ ୯ ଗୋଟି ଦୁର୍ଘଟଣା ଜନିତ ମାମଲା ର ଫଇସଲା କରି ୫୧ ଲକ୍ଷ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ବରିଷ୍ଠ ଦେୱାନୀ ବିଚାରକ ମାମି ବେହେରା ଅର୍ଥନୈତିକ ମାମଲା ର ସମାଧାନ କରିଥିଲେ l ଉପଖଣ୍ଡସ୍ତରୀୟ ବିଚାରକ ନିଲୋଫର ୬ ଗୋଟି ମାମଲାର ଫଇସଲା କରିଥିଲେ l ଏଥିରେ ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିବା ବେଳେ ସେବା କମିଟିର ସଦସ୍ୟମାନେ ରହି ସହାୟତା ପ୍ରଦାନ କରିଥିଲେ l କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ସ୍ୱତନ୍ତ୍ର ରିପୋର୍ଟ ଓମ ମିଡ଼ିଆ

Mar 15, 2026 - 20:05
 0  26
କାମାକ୍ଷାନଗର ରେ ରାଷ୍ଟ୍ରୀୟ ଲୋକ ଅଦାଲତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0