ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ।

ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ। ତା୧୮/୦୭/୨୦୨୬, ଶନିବାର। ଢେଙ୍କାନାଳ ସଦର, ଢେଙ୍କାନାଳ। ରିପୋର୍ଟ Bibhu Satapathy ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀ ଉଛୁଳିବାରୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର କାକୁଡ଼ିଭାଗ ଗ୍ରାମପଞ୍ଚାୟତ,ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତର ଅଉଖମା ଭାପୁର ଗ୍ରାମପଞ୍ଚାୟତର ବିଷ୍ଣୁପୁର,ବାଲ୍ୟାମ୍ବା ପଞ୍ଚାୟତ ସରାକପାଟଣା ବ୍ରିଜ,ଗାଁ ଓ ବାଲ୍ୟାମ୍ବା ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଭାଙ୍ଗି ଯାଇଥିବା ରାସ୍ତା ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ପରିବାର ଜଳବନ୍ଦୀ ହୋଇପଡ଼ିଛି। ସେହିପରି କଟକ– ସମ୍ବଲପୁର ପୁରୁଣା ରାସ୍ତାରେ ଘାଇ ସୃଷ୍ଟି ହୋଇ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିରେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀ ନରୋତ୍ତମ ସାହୁ,ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଅଶୋକ ପରିଡ଼ା,ପୂର୍ବତନ ଛାତ୍ର ସଭାପତି ଶ୍ରୀ ସୂରଜ ମହାପାତ୍ର,ସି.ଏସ୍.ପ୍ରସାଦ ସରପଞ୍ଚ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ। ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତି ରିଲିଫ୍,ସୁରକ୍ଷିତ ଆଶ୍ରୟ,ଖାଦ୍ୟ,ପାନୀୟ ଜଳ ଓ ଆବଶ୍ୟକ ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି କରାଯାଇ ସାଧାରଣ ଜନଜୀବନକୁ ସ୍ବାଭାବିକ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ପୂର୍ବତନ ବିଧାୟକ ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

Jul 19, 2026 - 16:27
 0  8
ଛଦେଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ବୁଲି ଦେଖି ତୁରନ୍ତ ସହାୟତା ଦାବି କଲେ ପୂର୍ବତନ ବିଧାୟକ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0