ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ,,

ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ******************** ଯାଜପୁର, ତା ୦୮.୦୭.୨୦୨୬ ରିଖ: ଜିଲ୍ଲା ଜନଗଣନା ପୁସ୍ତିକା (ହ୍ୟାଣ୍ଡ ବୁକ୍) ପ୍ରସ୍ତୁତି ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ତା ୦୭.୦୭.୨୦୨୬ ରିଖ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତଥା ଜନଗଣନା ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ ଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନ ଉପସ୍ଥିତ ଥିଲେ । ରାଜ୍ୟ ଜନଗଣନା ନିର୍ଦେଶାଳୟର ଉପ ନିର୍ଦ୍ଦେଶକ ପବିତ୍ର କୁମାର ମହଲା ଏବଂ ଜିଲ୍ଲା ଦାୟିତ୍ବରେ ଥିବା ଜନଗଣନା ଅଧିକାରୀ ଉପେନ୍ଦ୍ର କୁମାର ନାୟକ ଟ୍ରେନର ଭାବରେ କ୍ଷେତ୍ରାଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ଆଗାମୀ ୪ ଦିନ ଧରି ତା ୧୦.୦୭.୨୦୨୬ ରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିର୍ଭୁଲ ଭାବରେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ କ୍ଷେତ୍ରାଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଉପଦେଶ ଦେଇଥିଲେ । ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ଓ ଏହାର ବିଶେଷ ବ୍ୟବହାର ରହିଛି ବୋଲି ସହାୟକ ଜିଲ୍ଲାପାଳ କହିଥିଲେ । ଏହି ଶିବିରରେ ବିଭିନ୍ନ ତହସିଲରୁ ଆସିଥିବା ରାଜସ୍ୱ ତତ୍ତ୍ୱାବଧାରକ, ରାଜସ୍ୱ ନିରୀକ୍ଷକ ଏବଂ ଅମିନ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଜିଲ୍ଲା ଜନଗଣନା ହସ୍ତପୁସ୍ତିକା ହେଉଛି ଭାରତର ଜନଗଣନା ବିଭାଗ ଦ୍ୱାରା ପ୍ରକାଶିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶନ। ପ୍ରତ୍ୟେକ ଜିଲ୍ଲା ପାଇଁ ପୃଥକ ଭାବରେ ଏହା ପ୍ରସ୍ତୁତ କରାଯାଏ । ଏହା ଏକ ପ୍ରାମାଣିକ ତଥ୍ୟଭଣ୍ଡାର, ଯାହା ଜିଲ୍ଲାର ଜନସାଂଖ୍ୟିକ, ସାମାଜିକ ଓ ଆର୍ଥିକ ସ୍ଥିତିକୁ ସମଗ୍ର ଭାବେ ଉପସ୍ଥାପନ କରେ। ଜିଲ୍ଲା ଜନଗଣନା ପୁସ୍ତିକା ଶିକ୍ଷାଗତ, ଚିକିତ୍ସା, ଯୋଗାଯୋଗ, ବ୍ୟାଙ୍କିଙ୍ଗ, ପରିବହନ, ପରିମଳ, ନାଗରିକ ଏବଂ ଅନ୍ୟାନ୍ୟ ସାମାଜିକ-ଆର୍ଥିକ ସୁବିଧା ସମ୍ବନ୍ଧୀୟ ବ୍ୟାପକ ଗ୍ରାମ ଏବଂ ସହର ସ୍ତରୀୟ ସୂଚନା ପ୍ରଦାନ କରେ ଏବଂ ଯୋଜନା, ପ୍ରଶାସନ, ଗବେଷଣା ଏବଂ ନୀତି ପ୍ରଣୟନ ପାଇଁ ପରିସଂଖ୍ୟାନ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ କାର୍ଯ୍ୟ କରେ। ବ୍ୟୁରୋ ରିପୋର୍ଟ ଓମ ମିଡ଼ିଆ,,

Jul 8, 2026 - 21:57
 0  2
ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0