ମଇତାପୁର ହସ୍ପିଟାଲ କୁ ସରକାରୀକରଣ ଦାବି |
ମଇତାପୁର ହସ୍ପିଟାଲ ସରକାରୀକରଣ ଦାବି ****************************** ମଇତାପୁରର ପ୍ରାୟ କୋଡିଏ ବର୍ଷ ଧରି ସ୍ଥାନୀୟ ଉଦ୍ୟମରେ ଚାଲୁଥିବା ଡାକ୍ତରଖାନାକୁ ସରକାରୀ ମାନ୍ୟତା ଦେବା ପାଇଁ ସିମୁଳିଆର କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନା କରିଛନ୍ତି। ଏହି ଡାକ୍ତରଖାନା ଉପରେ ମଇତାପୁର, ବଙ୍ଗାଳପୁର, ମୁରୁଣା, ଅବଜୁନା ଓ ଜଗଦଳପୁର ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଥିବାରୁ ଏହାକୁ ସରକାର ହାତକୁ ନେବାକୁ ଅନୁରୋଧ କରାଯାଇଛି। ସାମ୍ବାଦିକ କୃଷ୍ଣଚନ୍ଦ୍ର ଭୂୟାଁ, ଅକ୍ଷୟ ଜେନା, ବନମାଳୀ ମହାକୁଡ଼, ଜଗମୋହନ ସାମନ୍ତ, ସମୀର କୁମାର ସାହୁ ଓ କମଳ ଶ୍ରୀ ମହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଭେଟି ଏହି ଦାବି ଜଣାଇଥିଲେ। ମନ୍ତ୍ରୀ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ଏହା ସହିତ ମାର୍କୋଣା ଡାକବଙ୍ଗଳାରେ ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ ଓ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲିକ ଡାକ୍ତରଖାନା ସମ୍ପର୍କିତ ସମସ୍ତ ଦସ୍ତାବିଜ ପ୍ରଦାନ କରି ସରକାରୀକରଣ ପାଇଁ ଅନୁରୋଧ କରିଥିଲେ। ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ମଧ୍ୟ ଜନହିତ ଦୃଷ୍ଟିରେ ମଇତାପୁରରେ ସରକାରୀ ଡାକ୍ତରଖାନା ସ୍ଥାପନ ପାଇଁ ସମସ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଏହାର ଫଳରେ ମଇତାପୁର ଅଞ୍ଚଳରେ ଶୀଘ୍ର ସ୍ୱାସ୍ଥ୍ୟସେବାର ଉନ୍ନତି ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି। ସିମୁଳିଆ ରୁ ସମିର ସାହୁ ଙ୍କ ରିପୋର୍ଟ ଓମ୍ ମିଡିଆ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0