ମୃତ ପୁଅ ଘରକୁ ଫେରିଲା।ଭୂତ ଭାବି ଡରିଲେ ଲୋକେ।
ମୃତ ପୁଅ ଘରକୁ ଫେରିଲା।ଭୂତ ଭାବି ଡରିଲେ ଲୋକେ। ତା୩୧/୦୮/୨୦୨୬, ସୋମବାର,ହିନ୍ଦୋଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ପୁଅ ମରିଯାଇଛି ବୋଲି ଭାବି ଶବଦାହ ଠାରୁ ଆରମ୍ଭ କରି ଏକାଦଶାହ ପର୍ଯ୍ୟନ୍ତ ସବୁକିଛି ସରିଥିଲା। କିନ୍ତୁ ଦେଢ଼ମାସ ପରେ ଘରକୁ ହଠାତ ପୁଅ ଫେରିଲା। ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ବାର୍ଷିଙ୍ଗା ଗ୍ରାମରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗ୍ରାମର ଲିଙ୍ଗରାଜ ନାଏକ ଓ ମଞ୍ଜୁ ନାଏକଙ୍କ ମାନସିକ ବିକାରଗ୍ରସ୍ତ ପୁଅ ସନାତନ ନାଏକ (୨୯) ପ୍ରାୟ ଦେଢ଼ମାସ ତଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ସେହି ସମୟରେ ରାସୋଳ ଥାନା କୁନୁଆଁ ଗ୍ରାମର ଚାଷଜମିରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହଟି ସନାତନଙ୍କର ବୋଲି ପରିବାର ଲୋକେ ଦାବି କରିଥିଲେ। ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ ଓ ଦଶାହ,ଏକାଦଶାହ ହୋଇଥିଲା। କିନ୍ତୁ ହଠାତ ଜୀବିତ ଅବସ୍ଥାରେ ସନାତନ ଘରକୁ ଫେରିବା ପରେ ପରିବାର ଲୋକେ ତାଙ୍କୁ ଦେଖି ଯେତିକି ଖୁସି ହୋଇଥିଲେ ତା'ଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ। ଏପରିକି ସନାତନଙ୍କୁ ଦେଖି ଭୂତ ଆସିଛି ବୋଲି କିଛି ଲୋକ ଭୟଭୀତ ହୋଇପଡ଼ିଥିଲେ। ତେବେ ଜୁଲାଇ ୨୭ତାରିଖରେ ଚାଷ ଜମିରୁ ଉଦ୍ଧାର ହୋଇଥିବା ମୃତଦେହଟି କାହାର ବୋଲି ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସନାତନ ଜୀବିତ ସ୍ପଷ୍ଟ ହୋଇଯିବାପରେ ମୃତଦେହର ପରିଚୟ ନେଇ ରହସ୍ୟ ଅଧିକ ଘନୀଭୂତ ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0