ଯାଜପୁର ସହରାଞ୍ଚଳରେ ଗୃହ ଗଣନା ଓ ଜନଗଣନା କାର୍ଯ୍ୟ,,

ଯାଜପୁର ସହରାଞ୍ଚଳରେ ଗୃହ ଗଣନା ଓ ଜନଗଣନା କାର୍ଯ୍ୟ ଯାଜପୁର ୦୧/୦୫/(ଓମ ମିଡ଼ିଆ : ବିଦ୍ୟାଧର ଦାସ ) ଜନଗଣନା-୨୦୨୭ ଅନୁସାରେ ଯାଜପୁର ଟାଉନ ସେନସସ୍ ଚାର୍ଜ ଅଧିନରେ VVIP category ରେ ଥିବା ସମ୍ମାନୀୟ ପୂର୍ବତନ ଲୋକସଭା ସାଂସଦ ଶ୍ରୀଯୁକ୍ତ ଅଞ୍ଚଳ ଦାସ ଙ୍କ ବାସଗୃହର ଗୃହଗଣନା କାର୍ଯ୍ୟ ଆଜି ଯାଜପୁର ଟାଉନ ସେନସସ୍ ଚାର୍ଜ ଅଫିସର ଶ୍ରୀ ଲକ୍ଷ୍ମୀଧର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଣନା କାରୀ ଲକ୍ଷ୍ମୀପ୍ରିୟା ରାଉତରାୟ, ମୀନାକ୍ଷୀ ଯେନା ଏବଂ ସୁପରଭାଇଜର ସୁବାସ ଚନ୍ଦ୍ର ଦାସ ଏବଂ ଅମୀୟ କୁମାର ସ୍ୱାଇଁ ପ୍ରମୁଖ ଯାଜପୁର ଟାଉନ ଅନ୍ତର୍ଗତ ୟୁନିଟ -୧୨ ଅମ୍ବିକାଇ ରେ ଥିବା ବାସଗୃହ ଗଣନା କାର୍ଯ୍ୟ ସମ୍ପାଦନ କରିଥିଲେ । ବର୍ତ୍ତମାନ ଟାଉନସେନସସ ଅଧିନରେ ୯୦ ଗୋଟି HLB ରେ ୯୦ ଜଣ ଜନଗଣନାକାରୀ ଓ ୧୫ ଜଣ ସୁପରଭାଇଜର ଗୃହ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଗୃହ ଗଣନା କାର୍ଯ୍ୟ ୧୬.୦୪.୨୦୨୬ ଠାରୁ ୧୫.୦୫.୨୦୨୬ ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବର୍ତ୍ତମାନ ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ମତେ ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କର ଏବଂ ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମଗ୍ର ଯାଜପୁର ଜିଲ୍ଲାରେ ଗୃହ ଗଣନା କାର୍ଯ୍ୟ ଚାଲୁ ରହିଛି । ତେଣୁ ଜନ ସାଧାରଣ ମାନଙ୍କୁ ଏହି ମହାନ ଗୃହ ଗଣନା କାର୍ଯ୍ୟରେ ସାମିଲ ହୋଇ ଗଣନାକାରୀ ଏବଂ ସୁପରଭାଇଜର ମାନଙ୍କୁ ସହଯୋଗ କରନ୍ତୁ I

May 1, 2026 - 21:55
 0  10
ଯାଜପୁର ସହରାଞ୍ଚଳରେ ଗୃହ ଗଣନା ଓ ଜନଗଣନା କାର୍ଯ୍ୟ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0