ସୋର ତହସିଲ ପକ୍ଷରୁ ବିଭିନ୍ନ ଚଢ଼ାଉ ଗାଡି ଜବତ,,

ତହସିଲ ପକ୍ଷରୁ ବିଭିନ୍ନ ଚଢ଼ାଉ ଗାଡି ଜବତ ସୋର ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗୋଟିଏ ବାଲି ବୋଝେଇ ଡମ୍ଫର ସମେତ ଦୁଇଟି ମାଟି ବୋଝେଇ ଟ୍ରାକ୍ଟର ସହ ଏକ ଚିପ୍ସ ବୋଝେଇ ଟ୍ରକ ଜବତ କରାଯାଇଛି। ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ ଏକ ଟିମ ସହ ବାଲିଗାଡିର କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଓଡି ୦୧ଏଟି ୮୧୨୩ ନମ୍ବର ବିଶିଷ୍ଟ ଏକ ବାଲିଗାଡିକୁ ପିଛା କରି ବାହାନଗା ନିକଟରୁ ଜବତ କରିଥିଲେ। ପରେ ବେଆଇନ ଭାବେ ମାଟି ଉତୋଳନ କରାଯାଉଥିବା ଦୁଇଟି ମାଟି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ପରେ ସିରାପୁର ଛକ ନିକଟରେ ଏକ ଚିପ୍ସ ବୋଝେଇ ଟ୍ରକ ଜବତ କରି ଗାଡି ଗୁଡିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ବାଲେଶ୍ୱର ଜିଲ୍ଲା ସୋର ରୁ ଜ୍ୟୋତି ପ୍ରକାଶ ଦୀକ୍ଷିତ ଙ୍କ ରିପୋର୍ଟ ଓମ୍ ମିଡିଆ

Apr 6, 2026 - 23:18
 0  2
ସୋର ତହସିଲ ପକ୍ଷରୁ ବିଭିନ୍ନ ଚଢ଼ାଉ ଗାଡି ଜବତ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0