ସ୍ଵଛ ଓଡିଶା ଓ ଓଡିଶା ପକ୍ଷ ପାଳନ,,
ସ୍ୱଚ୍ଚ ଓଡ଼ିଶା ଓ ଓଡିଆ ପକ୍ଷ ପାଳନ।
କାମାକ୍ଷାନଗର - କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ରେ ଆଜି ୧ନଂ ୱାର୍ଡ଼ ବଡ଼ ଇନ୍ଦିପୁର ଭାଗବତ ଟୁଙ୍ଗି ଠାରେ ନଗରପାଳ ଧର୍ମାନନ୍ଦ ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ସ୍ବଚ୍ଛ ଓଡିଶା ଓ ଓଡିଆ ପକ୍ଷ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଉପନଗରପାଳ ଶକୁନ୍ତଳା ସେଠୀ, ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ, ସ୍ଵଚ୍ଚସାଥୀ , ସୁପରଭାଇଜର, ସ୍ଵଚ୍ଚ କର୍ମୀ, ଜନସାଧାରଣ ଯୋଗ ଦେଇ ଭାଗବତ ଟୁଙ୍ଗି ଚାରିପଟ ସଫେଇ କରିଥିଲେ। ତାପରେ ସେଠାରୁ ଫେରି ଯେଉଁ ଭଳି ଭାବେ ଗ୍ରିଷ୍ମ ପ୍ରବାହିତ ହେଉଛି ତାକୁ ଦୃଷ୍ଟି ରେ ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସହର ମଧ୍ୟରେ ୪ ଗୋଟି ଜଳଛତ୍ର ଓ ପଶୁ ପକ୍ଷୀ ଙ୍କ ନିମନ୍ତେ ୨୦ ଟି ପାନୀୟ ଜଳ କୁଣ୍ଡ କୁ ଉଦଘାଟନ କରାଗଲା। କାମାକ୍ଷାନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0