ସ୍ସଂଗ୍ରାମ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।
ସ୍ସଂଗ୍ରାମ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ। ଆଙ୍କର :-ଯାଜପୁର ବିରଜା କଲ୍ୟାଣ ମଣ୍ଡପ ରେ ସଂଗ୍ରାମ ସେନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ତଥା ଯୁବ ସମାଜସେବୀ ସଂଗ୍ରାମ କେଶରୀ ପାତ୍ରଙ୍କ ୪୦ତମ ଜନ୍ମଦିନ ପାଇଁ ଏହି ଶିବିରକୁ ସଂଗ୍ରାମ ସେନା ଆୟୋଜିତ କରାଯାଇଥିଲା। ରକ୍ତର ଅଭାବରେ କେହି ଜୀବନ ନ ହରାଉନ୍ତୁ ବୋଲି ଉଦ୍ୟମ ନିଆଯାଇ ଏହି ଶିବିର ର ଆୟୋଜନ ହୋଇଥିଲା। ଏଥିରେ ସହର ବହୁ ଯୁବକ ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ରକ୍ତଦାନ କରିବା ସହ ପ୍ରତ୍ୟେକ ରକ୍ତଦାତା ଜଣେ ଜୀବନଦାତା ବୋଲି ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ମଧ୍ୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। । ଏହି ଶିବିରରେ ସଂଗଠନ ପକ୍ଷରୁ ସୁଦାମ ଚରଣ ପରିଡା, ମାନସ ତ୍ରିପାଠୀ, ବବଲୁ , ଅଭିନାଶ ନାୟକ, ଅଭୟ ରାଉତ ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ । ଯାଜପୁର ରେଡକ୍ରସ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0