ଲାଞ୍ଚ ଦେଇ ନପାରି ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦପଡ଼ିଥିବା ହିତାଧିକାରୀ ମାନେ ହିନ୍ଦୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କଲେ ଅଭିଯୋଗ।

ଲାଞ୍ଚ ଦେଇ ନପାରି ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦପଡ଼ିଥିବା ହିତାଧିକାରୀ ମାନେ ହିନ୍ଦୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କଲେ ଅଭିଯୋଗ। ତା୦୬/୦୭/୨୦୨୬, ସୋମବାର। ହିନ୍ଦୋଳ, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦପଡ଼ିଥିବା ୫୦ରୁ ଉର୍ଦ୍ଧ୍ୱ ଗରିବ ହିତାଧିକାରୀ ମାନେ ଆଜି ବିଡ଼ିଓ ଡଃ କଲ୍ୟାଣସୌରଭ ଦାସଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସର୍ଭେ କରି ଯାଇଥିବା କର୍ମଚାରୀ ଓ ପଂଚାୟତ କୁଜିନେତାମାନଙ୍କୁ ଲାଞ୍ଚ ଦେଇ ନପାରିବାରୁ ସେମାନଙ୍କୁ ତାଲିକାରୁ ବାଦ ଦିଆଯାଇଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ଠୋକର ପଂଚାୟତର ଆବେଦନକାରୀ ସସ୍ମିତା ସାମଲ,ଶାରୀରିକ ବିକଳାଙ୍ଗ ମାନସ ମାଝିଙ୍କ ପତ୍ନୀ ସୁଜାତା ରାଉତ, ଠୋକର ପଂଚାୟତର ଜୁଲି ସାମଲ ପ୍ରମୁଖ। ସେମାନଙ୍କ କହିବା ଅନୁଯାୟୀ ସେମାନଙ୍କର କୌଣସି ଘର ନଥିବା ବେଳେ ସେମାନଙ୍କର ହିତାଧିକାରୀ ପାଇଁ ସମସ୍ତ ଯୋଗ୍ୟତା ଥିଲେ ହେଁ ଧନୀକ ଶ୍ରେଣୀ,ଦୁଇ ମହଲା କୋଠା ଥିବା ତଥା ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ଟଙ୍କା ଲାଞ୍ଚ ନେଇ ଘର ଦିଆଯାଉଛି। ତେବେ ହିନ୍ଦୋଳ ବ୍ଲକ ଦୁର୍ନୀତିରେ ପୁରି ରହିଥିବା ବେଳେ ଆବାସ ଘର କେଳେଙ୍କାରୀ ପାଇଁ ଦାୟୀ ପଂଚାୟତରୁ ଆରମ୍ଭକରି ବ୍ଲକ ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ,ପ୍ରଭାବଶାଳୀ ନେତାଙ୍କ କୁଜିନେତା , ଦଲାଲ ଟାଉଟର ମାନଙ୍କ ପର୍ଯ୍ୟନ୍ତ ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସହ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ। ତେବେ ଏ ବାବଦରେ ହିନ୍ଦୋଳ ବିଡ଼ିଓଙ୍କୁ ଅଭିଯୋଗ ପରେ ଅଭିଯୋଗକାରୀଙ୍କୁ ବିଡ଼ିଓ ଆଶ୍ୱାସନା ଦେବାସହ ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି।

Jul 7, 2026 - 11:51
 0  28
ଲାଞ୍ଚ ଦେଇ ନପାରି ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ବାଦପଡ଼ିଥିବା ହିତାଧିକାରୀ ମାନେ ହିନ୍ଦୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ କଲେ ଅଭିଯୋଗ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0