ଜଳ ଜଳ ହୋଇ ଦେଖାଗଲା ବିଂଝାରପୁର ଭାଜପାରେ ଗୋଷ୍ଠୀ କନ୍ଦଳ,,

ଜଳ ଜଳ ହୋଇ ଦେଖାଗଲା ବିଂଝାରପୁର ଭାଜପାରେ ଗୋଷ୍ଠୀ କନ୍ଦଳ ଅସନ୍ତୁଷ୍ଟ ନେତା ବବିତା ଙ୍କ ନେତୃତ୍ୱ କୁ କଲେ ଚ୍ୟାଲେଞ୍ଜ ଦଶରଥପୁର /୦୩/୦୬(ଓମ ମିଡ଼ିଆ :ମାନସ କୁମାର ସାହୁ ) ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ ସରକାର ଗଠନ କରିଛି | ଏହାପରେ ଭାଜପା ନିଜର ସଂଗଠନ ବୃଦ୍ଧି କରିବା ସହିତ ବିଭିନ୍ନ ଦଳରୁ କର୍ମୀମାନଙ୍କୁ ନିଜ ଦଳକୁ ଆଣିବାକୁ ଉଦ୍ୟମ ଜାରିରଖିଥିବା ବେଳେ ସେଥିରେ ବହୁମାତ୍ରାରେ ସଫଳ ମଧ୍ୟ ହୋଇଛି | ସେହି କ୍ରମରେ ଯାଜପୁର ଜିଲ୍ଲାର ୭ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡିକୁ ୩ ଗୋଟି ଆସନରେ ସୀମିତ ରଖିବାକୁ ସକ୍ଷମ ହୋଇଛି |ଏହି ମଧ୍ୟରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବଡ଼ଚଣା, ଧର୍ମଶାଳା, ରସୁଲପୁର, ବରୀ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ଭାଜପା ହାତକୁ ଯାଇଛି | ଏହା ବ୍ୟତୀତ ବିଜେଡି ବିଧାୟକ ନିର୍ବାଚିତ ହୋଇଥିବା ବରୀ, ବିଂଝାରପୁର ଓ ଯାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବହୁ ଅନ୍ୟଦଳର କର୍ମୀ ଭାଜପାରେ ସାମିଲ ହୋଇଛନ୍ତି | ସେଥିମଧ୍ୟରୁ ଯାହା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ୟତମ |ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟ ରାଜନୀତିରେ ବିଂଝାରପୁର ସ୍ଥାନ ସ୍ୱତନ୍ତ୍ର | ୨୦୨୪ ସାଧାରଣ ନିର୍ବାଚନରେ ୭ମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ଅପ୍ରତିଦ୍ବନ୍ଦି ନେତ୍ରୀ ଭାବେ ଉଭା ହୋଇଥିବା ପ୍ରମିଳା ମଲ୍ଲିକ ଙ୍କୁ ଏହି ନିର୍ବାଚନରେ ଭାଜପା ପକ୍ଷରୁ କଡା ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହେବାକୁ ପଡିଥିଲା | ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକଙ୍କ ସହିତ ଭାଜପା ପ୍ରାର୍ଥୀ ବବିତା ମଲ୍ଲିକଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ବିବିତା ୭୧୩୨୯ ଖଣ୍ଡ ଭୋଟ ପାଇଲା ବେଳେ ପ୍ରମିଳା ୭୪୧୮୫ ଖଣ୍ଡ ଭୋଟ ପାଇଥିଲା |ହାରଜିତ ର ବ୍ୟବଧାନ ୨୮୫୬ ଖଣ୍ଡ ରହିଥିଲା | ମାତ୍ର ୨ ପ୍ରତିଶତ ଭୋଟ ହାରଜିତ ର ନିର୍ଣ୍ଣାୟକ ସାଜିଥିଲା | ପରାଜୟ ସତ୍ୱେ ବିବିତା ନିଜର ସଂଗଠନିକ ଦକ୍ଷତା ବଳରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନରେ ପାଇବାକୁ ସକ୍ଷମ ହୋଇଛନ୍ତି | ମାତ୍ର ରାଜନୈତିକ ବାଧ୍ୟବାଧକତା ହେଉ କିମ୍ବା ସମୟର ସ୍ୱଳ୍ପତା ଯୋଗୁଁ ବବିତା ମଲ୍ଲିକ ବିଂଝାରପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ପୂର୍ବଭଳି ସମୟ ଦେଇ ପାରୁନାହାନ୍ତି | ଯାହାଫଳରେ ଦଳର ସମସ୍ତ ଦାୟିତ୍ୱ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ସଂଯୋଜକ ନିରଞ୍ଜନ ବେହୁରିଆ(ନଟ )ଙ୍କ ଉପରେ ନ୍ୟସ୍ତ | ମାତ୍ର କଂଗ୍ରେସ ଦଳରୁ ଆସି ବିଂଝାରପୁର ଭାଜପା ର ସର୍ବେସର୍ବା ପାଲଟିଥିବା ନଟ ଙ୍କ ଉପରେ ପୁରୁଣା ଭାଜପା କ୍ୟାଡର ସନ୍ତୁଷ୍ଟ ନାହାନ୍ତି | ସେମାନଙ୍କ ମତରେ ବର୍ଷ ମଧ୍ୟରେ ବିଂଝାରପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ଦୁର୍ଦିନରେ ଦଳ ପାଇଁ ଆଶା ବାଡ଼ି ସାଜିଥିବା କର୍ମୀ ଆଜି ଅବହେଳିତ ପାଲଟିଥିବା ବେଳେ ସରକାର ଆସିବା ପରେ ଦଳରେ ମିଶିଥିବା ବିଜେଡି ମାର୍କା କର୍ମୀ ବର୍ତମାନ ମଙ୍ଗୁଆଳ ସାଜିଛନ୍ତି | ଯାହା ଫଳରେ ଭାଜପାରେ ଗୋଟିଏ ଗୋଷ୍ଠୀ ଭାଜପା ନେତ୍ରୀ ବିବିତା ଙ୍କ ନେତୃତ୍ୱ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ରବିବାର ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡ଼ି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକରେ ଏକତ୍ରିତ ହୋଇଥିଲେ | ବରିଷ୍ଠ ଭାଜପା ନେତା ଜଜୟ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକ ରେ ବରିଷ୍ଠ ନେତା ଗୋପୀନାଥ ଯେନା, ଭୁବନାନନ୍ଦ ସାମଲ, ଅଟଳବିହାରୀ ନାୟକ, ଜିଲ୍ଲା ଉପ ସଭାନେତ୍ରୀ ପ୍ରଭାତୀ ସାହୁ, କମଳିନୀ ସାହୁ,ଶଶଧର ବେହୁରିଆ, ଉତ୍ପଳ ନାୟକ, ରବୀନ୍ଦ୍ର ଧଳ, ବିରଞ୍ଚି ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ବରିଷ୍ଠ ନେତା ବୈଠକରେ ଏକତ୍ରିତ ହୋଇ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ବିପର୍ଯ୍ୟସ୍ତ ସଂଗଠନ ନିମନ୍ତେ ବବିତା ଓ ନଟ ଙ୍କୁ ଦାୟୀ କରିବା ସହିତ ଉକ୍ତ ନେତାମାନେ ୨ ବର୍ଷ ମଧ୍ୟରେ ସଂଗଠନ ମଜବୁତ କରିବା ବଦଳରେ ବିରୋଧୀ ଦଳଙ୍କ ସହିତ ସାଲିସ କରି ଭାଜପା ସଂଗଠନକୁ ନଷ୍ଟ କରିଥିବାର ଅଭିଯୋଗ କରିଥିଲେ |ଏ ନେଇ ଆଗାମୀ ଦିନରେ ରାଜ୍ୟ ସଭାପତିଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ବୈଠକ ରେ ନିଷ୍ପତି ଗ୍ରହଣ କରାଯାଇଥିଲା ବୋଲି ଜନୈକ ବରିଷ୍ଠ ନେତାଙ୍କ ଠାରୁ ପ୍ରକାଶ |

Jun 3, 2026 - 20:59
 0  15
ଜଳ ଜଳ ହୋଇ ଦେଖାଗଲା ବିଂଝାରପୁର ଭାଜପାରେ ଗୋଷ୍ଠୀ କନ୍ଦଳ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0