ପାଠକ ବିଚାର ମଞ୍ଚ ପକ୍ଷରୁ ଟେଣ୍ଡେଇଶୁଣି ପୀଠରେ ବୈଠକ ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବି,,

ପାଠକ ବିଚାର ମଞ୍ଚ ପକ୍ଷରୁ ଟେଣ୍ଡେଇଶୁଣୀ ପୀଠରେ ବୈଠକ, ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବି କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତ ର ସମାଟାଙ୍ଗୀ ଗ୍ରାମ ସନିକଟ ପର୍ବତ ମାଳା ମଧ୍ୟରେ ଅବସ୍ଥିତ ମା ଟେଣ୍ଡେଇଶୁଣୀଙ୍କ ପୀଠରେ ପାଠକ ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ୩ ଗୋଟି ପର୍ବତ ର ମଧ୍ୟରେ ମା ଟେଣ୍ଡେଇଶୁଣୀ ଅବସ୍ଥାନ କରୁଥିବାରୁ ଏହି ପୀଠର ସୌନ୍ଦର୍ଯ୍ୟ ରହିଥିବାର ପ୍ରକାଶ କରିଥିଲେ l ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ପର୍ବତମାଳା ମଧ୍ୟରେ ଏଭଳି ଦୃଶ୍ୟ ଯେପରି ଉପଭୋଗ୍ୟ ସେଭଳି ମନୋରମ ଥିବାରୁ ଏହାକୁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଗଲେ ଆଗାମୀ ଦିନରେ ଏହା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ବେଶ ନିଜର ପରିଚୟ ସୃଷ୍ଟି କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଟେଣ୍ଡେଇଶୁଣୀ କମିଟିର ସଭାପତି ରମେଶ ଚନ୍ଦ୍ର ଖେମକା ଗ୍ରାମବାସୀଙ୍କ ସହାୟତାରେ ଏହି ପୀଠର ଉର୍ନ୍ନତି ସଂପର୍କରେ ଆଲୋଚନା କରିଥିଲେ l ସଂପାଦକ ସନ୍ଦୀପ ବାବା ଦୀର୍ଘ ୨୬ ବର୍ଷ ତଳେ ଥିବା ଏହି ନିକାଞ୍ଚନ ସ୍ଥାନ ଏବେ ତାହାର ସୌନ୍ଦର୍ଯ୍ୟରେ ପରିଣତ ହୋଇପାରିଛି ସେ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ସଭାପତି ହୃଷିକେଶ ସାହୁ, ସଦସ୍ୟ କାହ୍ନୁ ଚରଣ ବାରିକ, ପାଠକ ବିଚାର ମଞ୍ଚର ସଦସ୍ୟ ଦିଲ୍ଲୀପ କୁମାର ବରାଳ, ବିକ୍ରମ ସାମଲ, ପ୍ରଶାନ୍ତ ମିଶ୍ର,ରାସନନ୍ଦ ଦେହୁରୀ, ଶ୍ରୀହର୍ଷ ବରାଳ ପ୍ରମୁଖ ଏଭଳି ପୀଠକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଗଲେ ଏ ଅଞ୍ଚଳର ଉର୍ନତୀ ହେବା ସହିତ ଜିଲାରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିବ ବୋଲି ପ୍ରକାଶ କରିଥିଲେ l ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମଞ୍ଚର ସଂଯୋଜକ ନିରଞ୍ଜନ ସାହୁ ସଂଯୋଜନା କରିଥିଲେ l ମଞ୍ଚର ସଂପାଦକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ l ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ରଙ୍କ ତତ୍ୱାବଧାନ ରେ ସଦସ୍ୟ ପ୍ରହ୍ଲାଦ ମୁଦୁଲି, ଧର୍ମାନନ୍ଦ ସେଠି, ବିଷ୍ଣୁ ସେଠି, ମଞ୍ଚର ସଦସ୍ୟ ମଧୁସୂଦନ ରାଉତ ପ୍ରମୁଖ ପରିଚାଳନା କରିଥିଲେ l ସମାଟାଙ୍ଗୀ ଗ୍ରାମର ତୃପ୍ତି ରଞ୍ଜନ ବିଶ୍ୱାଳଙ୍କ ସହିତ ଗ୍ରାମବାସୀମାନେ ସହାୟତା ପ୍ରଦାନ କରିଥିଲେ l କାମାକ୍ଷା ନଗର ରୁ ଦିଲ୍ଲୀପ କୁମାର ନାୟକ ଙ୍କ ରିପୋର୍ଟ ଓମ ମିଡ଼ିଆ,,

Apr 7, 2026 - 21:52
 0  2
ପାଠକ ବିଚାର ମଞ୍ଚ ପକ୍ଷରୁ ଟେଣ୍ଡେଇଶୁଣି ପୀଠରେ ବୈଠକ ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବି,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0