ବ୍ରଜ ସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟୀ ଗଠନ ।
ବ୍ରଜ ସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟୀ ଗଠନ ।
ବିଂଝାରପୁର (ଉତ୍ତମ କୁମାର ଦାସ )
ଯାଜପୁର ଜିଲ୍ଲା ସ୍ଥିତ ବିଂଝାରପୁର ବ୍ଲକ ଅନ୍ତର୍ଗତ ବ୍ରଜ ସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ 14 ତାରିଖ ରେ ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଚୟନ କାର୍ଯ୍ୟକ୍ରମ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (OSEPA)ଙ୍କ ନିର୍ଦ୍ଦେଶିକା ଅନୁଯାୟୀ ସ୍ୱଚ୍ଛ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମ୍ପନ୍ନ ହୋଇଛି।
ଏହି ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସାଗରିକ ନାଥ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏହି ସଭାର ସଭାପତିତ୍ୱ କରିବାର ଦାଇତ୍ୱ ସୁବୋଧ ସାର ଙ୍କୁ ଦିଆଯାଇଥିଲା। ଏହି ବୈଠକରେ ବିଦ୍ୟାଳୟର ଅଭିଭାବକ, ଶିକ୍ଷକ, ଏବଂ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେଇ ସଭାପତି ଚୟନ ପ୍ରକ୍ରିୟାକୁ ସଫଳ କରିଥିଲେ। ସଭାରେ SMCର ଦାୟିତ୍ୱ, ବିଦ୍ୟାଳୟର ସାମଗ୍ରିକ ବିକାଶ, ଶିକ୍ଷାର ମାନୋନ୍ନତି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ବିଦ୍ୟାଳୟ ପରିଚାଳନାରେ ଅଭିଭାବକଙ୍କ ସକ୍ରିୟ ଭୂମିକା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ଶେଷରେ ସର୍ବସମ୍ମତିକ୍ରମେ ମାଧପୁର ଗ୍ରାମର ଉତ୍ତମ କୁମାର ଦାସ ଙ୍କୁ ନୂତନ ସଭାପତି ଭାବେ ଚୟନ କରାଯାଇଥିଲା ଓ ଉପ - ସଭାପତି ଶ୍ରୀମତୀ କବିତା ଧଳ ଏବଂ କମିଟି ସଦସ୍ୟ ଭାବେ ସନ୍ତୋଷ କୁମାର ବାରିକ, ପ୍ରଦୀପ କୁମାର ବେହେରା, ଅମୀୟ ଚନ୍ଦ୍ର ଦାସ, ଅନିଲ କୁମାର ନାୟକ, ପ୍ରେମାନନ୍ଦ ମହାନ୍ତି, ଉତ୍ତମ ମଳିକ, ସଂଙ୍କୁତଳା ମଳିକ, ବେବିନା ରାଣୀ ସେଠି, ଝୁନାରାଣୀ ଜେନା ମୁରସିଦା ଗେଗମ, ଅସନା ବିବି ଓ ମାନସୀ ମଳିକ ଙ୍କୁ କରାଯାଇଥିଲା।ସ୍କୁଲ ର ପ୍ରଧାନ ଶିକ୍ଷକ ସହ ସ୍କୁଲ ର ସବୁ ଶିକ୍ଷକ ଶିକ୍ଷୟତ୍ରୀ ଗଣଙ୍କ ଉପସ୍ଥିତ ରେ ସମସ୍ତେ ନବନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0