ମାତିଛନ୍ତି ଲୁଟେରା, ଖାଇ ଖୋଳ କଲେଣି ସଂରକ୍ଷିତ ଜଙ୍ଘଲ ଓ ସରକାରୀ ଜମି,,
ମାତିଛନ୍ତି ଲୁଟେରା,ଖାଇ ଖୋଳ କଲେଣି ସଂରକ୍ଷିତ ଜଙ୍ଗଲ ଓ ସରକାରୀ ଜମି। ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚିତ ବେଆଇନ ଲଘୁ ଖଣିଜ ଚୋରା ଚାଲାଣ ପାଇଁ। ସେ କଳା ପଥର ହେଉ କି ମାଟି, ମୋରମ କିମ୍ବା ବାଲି ପ୍ରଶାସନ ଆଖି ଆଗରେ ଦିନ ହେଉ କି ରାତି ଖୁଲମ ଖୁଲା ଚାଲିଛି ଚୋରା କାରବାର।ସରକାର ପରିବର୍ତ୍ତନ ହେବା ପରେ ଏହା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ବେଗରେ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା। କଣ୍ଟୀଗାଡ଼ିଆ ଠାରୁ କନ୍ତପଡ଼ା, ଗୋକର୍ନେସ୍ୱର ଠାରୁ କାଏମା ସବୁଠାରେ ସରକାରୀ ସମ୍ପତି ହରିଲୁଟ। ପୋଲିସ ହେଉ କି ପ୍ରଶାସନ କିମ୍ବା ଜନତା କାହାରିକି ଡର ନାହିଁ ସେମାନଙ୍କର। ଯଦି କେହି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଚେଷ୍ଟା କରୁଛି ତାକୁ ମାରିବାର ଭୟ ଦେଖା ଯାଇ ଦବାଇ ଦିଆଯାଉଛି କିମ୍ବା ଅର୍ଥ ଲୋଭରେ ଚୁପ କରିଦେବାର ଶୁଣିବାକୁ ମିଳୁଛି। ଏଠାରେ ବିରୋଧୀ ଦଳ ବୋଲି କିଛି ନାହିଁ। ବିରୋଧୀ ଦଳ ଶୂନ୍ୟ। ଜିଲ୍ଲା ଲଘୁ ଖଣି ଅଧିକାରୀ ଏ ଚୋରା କାରବାର କୁ ଧରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଆମର ଏଥିରେ କିଛି କାର୍ଯ୍ୟ ନାହିଁ ବୋଲି କହି ହାତ ଟେକି ଦେଉଛି ତହସିଲ। ପୋଲିସ ସବୁ ଜାଣି ଚୁପ ରହୁଥିବା ଶୁଣିବାକୁ ମିଳୁଛି। ବିରୋଧୀ ଶୂନ୍ୟର ମଉକା କୁ ନେଇ ଧୁମ ହରିଲୁଟ ଚାଲିଛି ଏଠି। ମଧୁପୁର କାନପୁର ଆରଡ଼ି ରାସ୍ତାର କୁଆଁରିଆ ପୋଲ ନିକଟ ଜମି ରୁ ଶହ ଶହ ଟ୍ରିପ ମାଟି ଚୋରାରେ ଚାଲାଣ ହେଉଛି। ମଧୁପୁର ଗଡ଼ ଗ୍ରାମ ପଞ୍ଚାୟତ ର ପନ୍ତୁରି ପାହାଡ଼ ତଳୁ ଚାରି ଏକର ରୁ ଉର୍ଦ୍ଧ ସରକାରୀ ଜମିରୁ ଚାରଟି ଜେସିବି ମେସିନ ସାହାଯ୍ୟରେ ଶହ ଶହ ଜୀବନ୍ତ ବୃକ୍ଷ କୁ କାଟି ଚାଲିଛି ଚୋରା ମୋରମ ଚାଲାଣ। ପୋଖରୀ ଖୋଳା ନାଁ ରେ ଟ୍ରିପ ପିଛା ଚାରି ଶହ ଟଙ୍କା ବଟି ଦେଇ ଦଲାଲ ମାନେ ଲୁଟୁଛନ୍ତି ଶହ ଶହ ଟ୍ରିପ ମୋରମ।ରାତିହେଲେ କୁସ୍ତିରା-ପନ୍ତୁରି ରାସ୍ତାରେ ବଡ଼ ବଡ଼ ହାଇୱା ଗାଡ଼ିରେ ଚୋରା ମାଟି ଓ ମୋରମ ଲୋଡ ହୋଇ ରାସ୍ତା ଟିକୁ ସମ୍ପୂର୍ଣ ଅବରୋଧ କରି ଯାତାୟାତ ବନ୍ଦ କରି ଦେଉଛନ୍ତି। ବନରକ୍ଷୀ ଏହା ଜଙ୍ଗଲ ଜାଗା ନୁହେଁ କହି ଚୋର ମାନଙ୍କୁ ବାଟ ଦେଖାଇ ଦେଇଛନ୍ତି ଚୋରି କରିବାକୁ। ପୂର୍ବ ସରକାର ସମୟରେ ବନ ବିଭାଗ ଏହି ପନ୍ତୁରି ମୋରମ ଖାଦାନରୁ ବିଜେଡି ଜୋନ ସଭାପତି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଥିଲା। କିନ୍ତୁ ଏବେ ବିନା ଭୟରେ ଦିନ ଦ୍ୱିପ୍ରହରେ ଯେପରି ହରିଲୁଟ ହେଉଛି ଆଗରୁ କେବେ ହୋଇନଥିଲା ବୋଲି ଗାଁ ଦାଣ୍ଡ ସବୁଠି ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି। ଯାଜପୁର ଧର୍ମଶାଳା ରୁ କୁଲୁ ବରାଳଙ୍କ ରିପୋର୍ଟ ଓମ ମିଡ଼ିଆ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0