ମିଳୁନି ଵିନ୍ଦୁଏ ପାଣି, ପାଣି ପାଇଁ ବହୁ ହନ୍ତସନ୍ତ ମର୍ଜିତାପୁର ଗ୍ରାମର ଦଳେଇ ସାହି ଓ ତରେଇ ସାହି ବାସିନ୍ଦା।
ମିଳୁନି ଵିନ୍ଦୁଏ ପାଣି, ପାଣି ପାଇଁ ବହୁ ହନ୍ତସନ୍ତ ମର୍ଜିତାପୁର ଗ୍ରାମର ଦଳେଇ ସାହି ଓ ତରେଇ ସାହି ବାସିନ୍ଦା। ୨୩/୪/୨୬ ଯାଜପୁର (କୁଲୁ ବରାଳ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ଗ୍ରାମ ମଧ୍ୟରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା।ବ୍ରାହ୍ମଣୀ ନଦୀତଟରେ ଅବସ୍ଥିତ ଥିଲେ ମଧ୍ୟ ଏହି ପଞ୍ଚାୟତର ୪ ନମ୍ୱର ୱାର୍ଡରେ ଥିବା ଦଳେଇ ସାହି ଓ ତରେଇ ସାହିରେ ଲାଗି ରହିଛି ବିଶୁଦ୍ଧ ପାନୀୟ ଜଳ ଜନ୍ୱିତ ସମସ୍ୟା।ଏଠାରେ ପ୍ରାୟ ପଚାଶ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି। ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ପାଣି ଆସୁନାହିଁ ଏଠାକୁ। ଯଦିବା କେବେ କେବେ ଆସୁଛି ଗୋଟାଏ ଛୋଟ ବୋତଲ ଟିଏ ଭର୍ତ୍ତି କରିବା ପାଇଁ ଲାଗୁଛି ଘଣ୍ଟାଏ ରୁ ଉର୍ଦ୍ଧ ସମୟ। ଗତ ନିର୍ବାଚନ ସମୟରେ ବର୍ତ୍ତମାନ ର ବିଧାୟକ ସେମାନଙ୍କୁ କହିଥିଲେ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଏହି ପାନୀୟ ଜଳ ସମସ୍ୟାଟିକୁ ନିଶ୍ଚିତ ଦୂର କରିବେ। ନିର୍ବାଚିତ ହେବାର ପ୍ରାୟ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ସେ ଏ ପାନୀୟ ଜଳ ସମସ୍ୟା ର ସମାଧାନ କରି ପାରିନାହାନ୍ତି।ଅଂଶୁମାନ ଟ୍ରଷ୍ଟ ମାଧ୍ୟମରେ ଯୋଗାଇ ଦିଆଯାଉ ଥିବା ପାଣି ଟ୍ୟାଙ୍କର ମଧ୍ୟ ଏଠାକୁ ଆସୁନାହିଁ ବୋଲି କ୍ଷୋଭ ର ସହ ଲୋକମାନେ କହିଛନ୍ତି। ସରପଞ୍ଚଙ୍କ ପ୍ରତିନିଧି ଏଠାରେ ଖୁବ ଶୀଘ୍ର ଏକ ନଳକୂପ ଖନନ ତରଫରୁ କରାଯିବ ବୋଲି କହିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଠାରେ ପୂର୍ବରୁ ଯେଉଁ ନଳକୂପମାନ ଅଛି, ସେଥିରୁ ଅସ୍ୱାସ୍ଥ୍ୟକର ଓ ଦୂଷିତ ପାଣି ବାହାରୁଛି ଓ ତାହା ସଙ୍ଗେ ସଙ୍ଗେ ହଳଦିଆ ହେଇଯାଉଛି। ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଆମ ପାଖକୁ ସେହି ସ୍ଥାନରୁ କୌଣସି ଲିଖିତ ଅଭିଯୋଗ ଆସିନାହିଁ କହିଥିଲେ। ମର୍ଜିତାପୁର ଏହି ଦୁଇ ସାହିର ଲୋକମାନେ ତାଙ୍କ ଅଞ୍ଚଳକୁ ଯଥା ସମ୍ଭବ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି। କୁଲୁ ବରାଳଙ୍କ ରିପୋର୍ଟ ଓମ ମିଡ଼ିଆ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0