ରବି ଧାନ ବିକ୍ରି ପାଇଁ ଟୋକନ ନହେବାରୁ ସେବା ସମବାୟ ସମିତି ଆଗରେ ଶତାଧିକ ଚାଷୀଙ୍କ ଧାରଣା।

:ରବି ଧାନ ବିକ୍ରି ପାଇଁ ଟୋକନ ନହେବାରୁ ସେବା ସମବାୟ ସମିତି ଆଗରେ ଶତାଧିକ ଚାଷୀଙ୍କ ଧାରଣା।ସେବା ସମବାୟ ସମିତିର ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ଏବଂ ଅବହେଳା ଯୋଗୁଁ ରବି ଧାନ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ପଞ୍ଜିକରଣ ହୋଇପାରିନଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମିତି ଆଗରେ ଶତାଧିକ ଚାଷୀମାନେ ଧାରଣା ଦେଇଛନ୍ତି।ଜାମୁଝାଡ଼ି ଅଞ୍ଚଳର ୨ଶହରୁ ଉର୍ଦ୍ଧ୍ବ ଚାଷୀ ଶହ ଶହ ଏକର ରବି ଧାନ ଚାଷ କରିଥିବା ବେଳେ ଧାନ ବିକ୍ରୀ ପାଇଁ ସମବାୟ ସମିତିର ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ବାଳଙ୍କ ନିକଟରେ ନିଜର ଫର୍ମ ଦେଇଥିଲେ।ହେଲେ ଟୁକନ ପଞ୍ଜିକରଣର ଧାର୍ଯ୍ୟ ହୋଇଥିବା ସମୟ ପାରେଇ ପାରେଇ ଯାଇଥିବାରୁ ଜଣେ ହେଲେ ଚାଷୀଙ୍କୁ ଟୁକନ ମିଳିପାରିନାହିଁ।ଏ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ କରାନଯାଇଥିବାରୁ ଆଜି ଟୁକନ ପଞ୍ଜିକରଣ ଦାବିରେ ଚାଷୀମାନେ ସେବା ସମବାୟ ସମିତି ଆଗରେ ଧାରଣା ଦେଇଥିଲେ।ଆଗାମୀ ଦିନରେ ଏହାର ସମାଧାନ ନହେଲେ ଚାଷୀମାନେ ଆନ୍ଦୋଳନକୁ ତୀବ୍ରତର କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତବନି ଦେଇଛନ୍ତି ଅନ୍ୟପଟେ କର୍ମଚାରୀ ଅଭାବ ଏବଂ ସମ୍ପାଦକଙ୍କ ଦାଇତ୍ୱ ୨ଟି ସେବା ସମବାୟ ସମିତିର ଥିବା ବେଳେ ସମୟ ଅଭାବରୁ ଟୁକନ ପଞ୍ଜିକରଣ ହୋଇନଥିବା ସମ୍ପାଦକ କହିବା ସହ ତାଙ୍କର ଭୁଲ ପାଇଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ସ୍ୱୀକାର କରିଥିଲେ। ସିମୁଳିଆ ରୁ ସମିର ସାହୁଙ୍କ ରିପୋର୍ଟ ଓମ୍ ମିଡିଆ

Apr 27, 2026 - 16:35
 0  4
ରବି ଧାନ ବିକ୍ରି ପାଇଁ ଟୋକନ ନହେବାରୁ ସେବା ସମବାୟ ସମିତି ଆଗରେ ଶତାଧିକ ଚାଷୀଙ୍କ ଧାରଣା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0