ଲୁଟେରା ଙ୍କୁ ଗିରଫ ଓ ଚୋରୀ ସାମଗୁୀ ଉଦ୍ଧାର କରିବାରେ ଯାଜପୁର ପୋଲିସ ର ସଫଳତା,,
ଲୁଟେରା ଙ୍କୁ ଗିରଫ ଓ ଚୋରୀ ସାମଗୁୀ ଉଦ୍ଧାର କରିବାରେ ଯାଜପୁର ପୋଲିସ ର ସଫଳତା,, ଦଶରଥପୁର /0୩/୦୬(ଓମ ମିଡ଼ିଆ :ମାନସ କୁମାର ସାହୁ ) ଯାଜପୁର ରେ ଗତ ଅପ୍ରେଲ ମାସ ଲୁଟ୍ ହୋଇଥିବା ଘଟଣାରେ ଯାଜପୁର ପୋଲିସ୍ ପର୍ଦ୍ଦାଫାସ୍ କରିଛି. ଚୋରି ଘଟଣାରେ ୩ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି. ଯାଜପୁର ଥାନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାହା ସୂଚ଼ନା ପ୍ରଦାନ କରାଯାଇଛି. ପୋଲିସ୍ ସୂଚ଼ନା ଅନୁସାରେ ଗତ ଅପ୍ରେଲ ମାସ ୧୮ ତାରିଖରେ ଯାଜପୁର ଥାନା ବାହାବଳପୁର ଗ୍ରାମର ରେବତୀ ରାଣୀ ସାହୁ ସ୍ୱାମୀ- ରଶ୍ମି ରଞ୍ଜନ ସାହୁ ନିଜ କର୍ମକ୍ଷେତ୍ରରୁ ବାଇକ୍ ମାଧ୍ୟମରେ ସ୍ୱାମୀଙ୍କ ସହିତ ରାତି୮.୩୦ ମଧ୍ୟରେ ଫେରୁଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିକଟରୁ ଦୁଇଜଣ ସଂଦିଗ୍ଧ ବ୍ୟକ୍ତି ବାଇକ୍ ଯୋଗେ ଆସି ରେବତୀ ସାହୁ ପିନ୍ଧିଥିବା ୧୫ଗ୍ରାମ ଓଜନର ସୁନା ଚେନ୍ ଓ ଲକେଟ୍ ଝିଙ୍କି ନେଇ ପଳାଇଥିଲେ. ଏହାକୁ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା. ଏ ସଂକ୍ରାନ୍ତରେ ରେବତୀ ସାହୁଙ୍କ ଏତଲା ଅନୁସାର ୧୫୭/୨୬ ରେ ଏକ ମାମଲା ରୁଜୁ କରାଯାଇଥିଲା. ଯାଜପୁର ପୋଲିସ୍ ଆରକ୍ଷୀ ଅଧୀକ୍ଷକ ଯଶ ପ୍ରତାପ ଶ୍ରୀମଲଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ହୋଇଥିଲା. ସିସିଟିଭି ଫୁଟେଜ୍ ଓ ଅନ୍ୟ ପ୍ରମାଣ ଆଧାରରେ ଚ଼ଢ଼ଉ ଜାରି ରହିଥିଲା. ଯାହା ଲୁଟେରା ଗ୍ୟାଙ୍ଗ ନିକଟରେ ପହଞ୍ଚି ୩ ଜଣଙ୍କୁ ଗିରଫ କରିବାରେ ଯାଜପୁର ପୋଲିସ୍ ସକ୍ଷମ ହୋଇଥିଲେ. ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ କୁମାର ପ୍ରଧାନ(୨୨),ରୋଶନ ଧୃବ(୨୦), ରାଜା ବାବୁ ପ୍ରଧାନ(୨୨) ! ସେମାନଙ୍କ ଠାରୁ ଚୋରୀ ହୋଇଥିବା ୭ଟି ସୁନା ଚେନ୍ ଓ ୪ଟି ମୋଟର ସାଇକେଲ ଜବତ କରାଯାଇଛି.ଚୋରୀ ସାମଗ୍ରୀ କ୍ରୟ କରୁଥିବା ୩ ଜଣ ବ୍ୟକ୍ତିଙ୍କ ନାମ ଶାନ୍ତନୁ ସାହୁ,ରଞ୍ଜନ କୁମାର ସାହୁ, ସାରଙ୍ଗ ପ୍ରଧାନ ଲୁଟେରା ଗ୍ୟାଙ୍ଗ ଯାହା ପ୍ରକାଶ କରିଥିଲେ. ଚୋରୀ ସାମଗ୍ରୀ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା. ରାଜା ବାବୁ ପ୍ରଧାନ କୁଆଖିଆ ଥାନା କେସ୍ ନଂ ୨୪୩/୨୬ ଚନ୍ଦନ ପ୍ରଧାନ ବିଂଝାରପୁର ଥାନା କେସ୍ ନଂ ୨୧୩/୨୬ ରୋସନ ଧୃବ ଯାଜପୁର ଥାନା କେସ୍ ନଂ ୨୧୧/୨୬ ରେ ପୂର୍ବରୁ ଲୁଟ୍ ମାମଲା ରେ ସମ୍ପୃକ୍ତ ଅଛନ୍ତି ବୋଲି ସୂଚ଼ନା ମିଳିଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0